Only for Entertainment

ନ୍ୟୁୟର୍କରେ ଅନୁପମ ଖେରଙ୍କୁ ଚିହ୍ନି ପାରିଲେ ନାହିଁ ଭାରତୀୟ କ୍ୟାବ ଡ୍ରାଇଭର

hindirush
53

ବଲିଉଡ ଆକ୍ଟର ଅନୁପମ ଖେର ବଲିଉଡ ସହିତ ହଲିଉଡର କେତେକ ପ୍ରୋଜେକ୍ଟରେ ମଧ୍ୟ କାମ କରୁଛନ୍ତି । ନିକଟରେ ତାଙ୍କ ଫିଲ୍ମ ୱାନ ଡେ’ ରିଲିଜ ହୋଇଥିଲା । ଏହି ଫିଲ୍ମରେ ତାଙ୍କ ସହିତ ନଜର ଆସିଥିଲେ ଅଭିନେତ୍ରୀ ଈଶା ଗୁପ୍ତା । ଅବଶ୍ୟ ଫିଲ୍ମ ବକ୍ସ ଅଫିସରେ ଖାସ କମାଲ ଦେଖାଇ ପାରିଲା ନାହିଁ । ପ୍ରୋଫେସନାଲ କମଟିମେଂଟ ପାଇଁ ଅଭିନେତା ଏବେ ନ୍ୟୁୟର୍କରେ ଅଛନ୍ତି । ନିକଟରେ ସେ ସୋସିଆଲ ମିଡିଆରେ ଏକ ଭିଡ଼ିଓ ଶେୟାର କରିଛନ୍ତି, ଯେଉଁଥିରେ ସେ ଜଣେ ଭାରତୀୟ କ୍ୟାବ ଡ୍ରାଇଭରଙ୍କ ସହିତ ନଜର ଆସିଛନ୍ତି ।

 


ଭାରତୀୟ କ୍ୟାବ ଡ୍ରାଇଭରଙ୍କ ନାମ ହେଉଛି ଜୁଗଳ କିଶୋର । ଜୁଗଳଙ୍କ ଘର ପଂଜାବରେ । ଭିଡ଼ିଓରେ ନଜର ଆସିଛିଯେ ଜୁଗଳ କହୁଛନ୍ତି ସେ କିଶୋରଙ୍କୁ ଚିହ୍ନି ପାରିଲେ ନାହିଁ । ସେ ପ୍ରାୟ ୩୩ ବର୍ଷ ହେବ ସେଠାରେ ଅଛନ୍ତି । ତେବେ ସେଠାରେ ଜୁଗଳ ଭାରତକୁ ଖୁବ ମିସ କରୁଥିବା ମଧ୍ୟ କହିଛନ୍ତି । ଯେତେବେଳେ ଅନୁପମ ପଚାରୁଛନ୍ତିଯେ ଆପଣ ମୋତେ ଚିହ୍ନି ପାରିଲେ ନାହିଁ, ଜୁଗଳ କହୁଛନ୍ତି ଆପଣ ୨୦-୨୫ ବର୍ଷର ଯୁବକ ଭଳି ଲାଗୁଛନ୍ତି ତେଣୁ ମୁଁ ଜାଣି ପାରିଲି ନାହିଁ ।

ଅନୁପମଙ୍କ ୱର୍ର୍କଫ୍ରଂଟ କଥା ଯଦି ଆଲୋଚନା କରିବା ତେବେ ସେ ଏବେ ହଲିଉଡ ସିରିଜ୍ରେ ବ୍ୟସ୍ତ ଅଛନ୍ତି । ଅନୁପମ ସବୁବେଳେ ସୋସିଆଲ ମିଡିଆରେ ଆକ୍ଟିଭ ରହିଥାନ୍ତି । ଯାହା ଦ୍ୱାରା ସେ ତାଙ୍କ ଫ୍ୟାନ୍ସଙ୍କ ସହିତ ଯୋଡ଼ି ହୋଇ ରହିପାରନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More