Only for Entertainment

ମୋତେ ଜନ୍ମଦିନରେ ଶୁଭକାମନା ଜଣାଅ ଲେଖି ଭିଡ଼ିଓ ଶେୟାର କଲେ ଅନୁପମ ଖେର, ଗୋଟିଏ ମିନିଟର ଭିଡ଼ିଓ ଦର୍ଶାଇଲା କୋଟିଏ କଥା ।

bollywood tadka
24

ଆଜି ୬୪ବର୍ଷରେ ପାଦ ଦେଲେ ବଲିଉଡ ଆକ୍ଟର ଅନୁପମ ଖେର । ୭ ମାର୍ଚ୍ଚ ୧୯୯୫କୁ ସିମଲାର ଜନ୍ମ ହୋଇଥିବା ଅନୁପମ ବଲିଉଡ ଠାରୁ ଆରମ୍ଭ କରି ହଲିଉଡ ପର୍ଯ୍ୟନ୍ତ ନିଜର ନିଛକ ଅଭିନୟ ଦେଖାଇଛନ୍ତି । ଆଜି ତାଙ୍କ ଜନ୍ମଦିନ ଉପଲକ୍ଷେ ସେ ଟ୍ୱିଟର ଆକାଉଂଟରେ ଏକ ଭିଡ଼ିଓ ଶେୟାର କରିଛନ୍ତି । ଭିଡ଼ିଓରେ ଫିଲ୍ମର ସମସ୍ତ ଚରିତ୍ରର ଝଲକ ନଜର ଆସିଛି । ନିଜ ପିଲା ଦିନ ଠାରୁ ଆରମ୍ଭ କରି ବୟସ୍କ ହେବା ପର୍ଯନ୍ତ ସମସ୍ତ ଫଟୋ ନଜର ଆସିଛି । ସବୁଠାରୁ ମଜାଦାର କଥା ହେଉଛି ସେ କ୍ୟାପ୍ସନରେ ଲେଖିଛନ୍ତି ଭାରତରେ ଆଜି ମୋ ଜନ୍ମଦିନ । ନ୍ୟୁୟର୍କରେ କାଲି ହେବ । ମୋତେ ଜନ୍ମଦିନର ଶୁଭେତ୍ସା ଜଣାଅ । କ୍ୟାପ୍ସନ ଶେଷରେ ଲେଖିଛନ୍ତି ମୁଁ କେବଳ ମୋ ଜୀବନ ବଦଳାଇ ପାରିବି, ଅନ୍ୟ କେହି ନୁହେଁ । ସମସ୍ତେ ମୋତେ ୱିଶ କର ।

ଆକ୍ଟର ସୁନିଲ ସେଟ୍ଟୀ ଅନୁପମଙ୍କୁ ଜନ୍ମଦିନର ଶୁଭେତ୍ସା ଜଣାଇଛନ୍ତି । କ୍ୟାପ୍ସନରେ ଲେଖିଛନ୍ତି ହାପି ବର୍ଥଡେ ଖେର ସାହାବ । ୱର୍କଫ୍ରଂଟ କଥା ଯଦି ଆଲୋଚନା କରିବା ତେବେ ଅନୁପମ ଶେଷ ଥର ପାଇଁ ଫିଲ୍ମ ଦ ଆକ୍ସିଡେଂଟାଲ ପ୍ରାଇମ ମିନିଷ୍ଟରରେ ନଜର ଆସିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More