Only for Entertainment

ଲଣ୍ଡନରେ ପ୍ରଧାନମନ୍ତ୍ରୀ ହେଲେ ଅନୁପମ ଖେର !

amarujala
0 73

ଦେଶର ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ବାୟୋପିକ ‘ଦ ଆକ୍ସିଡେଂଟାଲ ପ୍ରାଇମିନିଷ୍ଟର’କିଛି ଦିନ ହେବ ଚର୍ଚ୍ଚାର ବିଷୟ ପାଲଟିଛି । ଅଭିନେତା ଅନୁପମ ଖେର ଏହି ଫିଲ୍ମର ସୁଟିଂ ଲଣ୍ଡନରେ ଆରମ୍ଭ କରିଦେଇ ସାରିଲେଣି । ୨୦୦୪ରୁ ୨୦୦୮ମସିହା ପର୍ଯ୍ୟନ୍ତ ଥିବା ପ୍ରଧାନମନ୍ତ୍ରୀଙ୍କ ବିଷୟରେ ଏକ ପୁସ୍ତକ ଲେଖିଥିଲେ ସଂଜୟ ବାରୁ । ଏହି ପୁସ୍ତକକୁ ନେଇ ଫିଲ୍ମ ପ୍ରସ୍ତୁତ କରାଯାଇଛି । ଏଥିରେ ଅନୁପମଙ୍କ ବ୍ୟତୀତ ଅକ୍ଷୟ ଖନ୍ନା ମଧ୍ୟ ଅଭିନୟ କରୁଛନ୍ତି । ଫିଲ୍ମ ଭୋଟର କିଛି ଦିନ ପୂର୍ବରୁ ୨୧ଡିସେମ୍ବର ୨୦୧୮ରେ ରିଲିଜ କରାଯିବ ।

ଫିଲ୍ମ କୋ-ପ୍ରଯୋଜକ ଅଶୋକ ପଣ୍ଡିତ ସୁଟିଂ ସେମୟରେ ନିଆଯାଇଥିବା କିଛି ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଏହି ଫଟୋରେ ଅନୁପମଙ୍କ ନୂଆ ଅବତାର ସମ୍ପୂର୍ଣ୍ଣ ରୂପେ ମେଳ ଖାଉଥିବାର ଦେଖିବାକୁ ମିଳିଛି । ଏହି ଫିଲ୍ମର ନିର୍ଦ୍ଦେଶନା ବିଜୟ ରତ୍ନାକର ଗଟ୍ଟେ କରୁଛନ୍ତି ।

anupam-kher_1522915447

ଏହି ଫିଲ୍ମରେ ଅକ୍ଷୟ ଖନ୍ନା ସଂଜୟ ବାରୁଙ୍କ ଅଭିନୟ କରୁଥିବା ଦେଖିବାକୁ ମିଳିବେ । ଏହି ଫିଲ୍ମରେ ପ୍ରିୟଙ୍କା ଗାନ୍ଧୀଙ୍କ ଭୂମିକା ଆହାନା କୁମରା କରିବେ । ଆହାନା ଲିପଷ୍ଟିକ ଅଣ୍ଡର ମାଇ ବୁର୍ଖାରେ ନଜର ଆସିସାରିଲେଣି । ଏହି ଫିଲ୍ମର ସ୍କ୍ରିନ ପ୍ଲେ ହଂସଲ ମେହେତା ଲେଖିଛନ୍ତି । ଯେଉଁ ପୁସ୍ତକକୁ ନେଇ ଫିଲ୍ମ ପ୍ରସ୍ତୁତ କରାଯାଉଛି ଏହାକୁ ନେଇ ଅନେକ ବିବାଦ ହୋଇଥିଲା ।

akshaye-kumar_1522915486

ତେବେ କଥା ହେଉଛି ସତ ଘଟଣା ଉପରେ ଆଧାରିତ ଏହି ଫିଲ୍ମ ପରଦାକୁ ଆସିଲେ ଖୁବ ମଜା ଆସିବ । ଦେଖିବାର ଅଛି ଫିଲ୍ମଟି କେତେ ଦୂର ସଫଳତା ହାସଲ କରିପାରୁଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More