Only for Entertainment

ଆର୍ଟିକଲ ୩୫ଏ : ପ୍ରଧାନମନ୍ତ୍ରୀଙ୍କ ନିର୍ଣ୍ଣୟକୁ ବଲିଉଡ ସେଲିବ୍ରିଟିଙ୍କ ସମର୍ଥନ, ଅନୁପମ ଖେର କହିଲେ ‘ଆରମ୍ଭ ହେଲା…’

zee news
331

ଦେଶର ଇତିହାସରେ ଆଜି ଏକ ନୂଆ ଅଧ୍ୟାୟ ଯୋଡି ହୋଇଛି । ନରେନ୍ଦ୍ର ମୋଦି ସରକାର ଜାମ୍ମୁ-କାଶ୍ମୀରରୁ ଆର୍ଟିକଲ ୩୫ଏ ହଟାଇ ଏକ ବଡ ନିର୍ଣ୍ଣମୟ ନେଇଛନ୍ତି । ଏହି ନିଷ୍ପତ୍ତିକୁ ରାଷ୍ଟ୍ରପତି ମଧ୍ୟ ମଂଜୁରୀ ଦେଇଛନ୍ତି । ଏହା ସହିତ ଜମ୍ମୁ କାଶ୍ମୀରକୁ ଦୁଇଟି ଭାଗରେ ବାଣ୍ଟିଦେଇଛନ୍ତି ।

ଏବେ ଜାମ୍ମୁ କାଶ୍ମୀର ଏକ କେନ୍ଦ୍ର ଶାସିତ ପ୍ରଦେଶ ହେବ । ଯାହାର ଗୋଟିଏ ଭାଗ ଜାମ୍ମୁ କାଶ୍ମୀର ଏବଂ ଅନ୍ୟ ଏକ ଭାଗ ଲଦାଖର ହେବ । ଏହି ଭାଗରେ ବିଧାନସଭା ରହିବନାହିଁ । ସରକାରଙ୍କ ଏହି ନିଷ୍ପତ୍ତି ଆସିବା ପରେ ବଲିଉଡ ସେଲିବ୍ରିଟି ମଧ୍ୟ ଏହାର ସମର୍ଥନ କରିବା ଆରମ୍ଭ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ନିଷ୍ପତ୍ତିକୁ ନେଇ ସିନିଅର ଅଭିନେତା ଅନୁପମ ଖେର ଏକ ଟ୍ୱିଟ କରିଛନ୍ତି ।

ଅନୁପମ ଖେର ନିଜ ପୋଷ୍ଟରେ ଲେଖିଛନ୍ତି, କାଶ୍ମୀର ସମସ୍ୟାର ସମାଧାନ ଆରମ୍ଭ ହୋଇଗଲା । ଅନୁପମ ଖେରଙ୍କ ବ୍ୟତିତ ପରେଶ ରାୱଲ ଏବଂ ଫିଲ୍ମ ମେକର ଅଶୋକ ପଣ୍ଡିତ ମଧ୍ୟ ଏହାକୁ ନେଇ ସମର୍ଥନ କରିଛନ୍ତି ।

କହିରଖୁଛୁ ଯେ, ଗୃହମନ୍ତ୍ରୀ ଅମିତ ଶାହ ଜାମ୍ମୁ କାଶ୍ମୀରରୁ ଆର୍ଟିକଲ ୩୭୦ ହଟାଇବା ପାଇଁ ସଂକଳ୍ପ ଗୃହରେ ରଖିଥିଲେ ଏହାପରେ ରାଜ୍ୟସଭାରେ ହଙ୍ଗାମା ଆରମ୍ଭ ହୋଇଯାଇଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More