Only for Entertainment

ଟ୍ରାଫିକରୁ ଚିନ୍ତିତ ହୋଇ ମେଟ୍ରୋରେ ଯାତ୍ରା କଲେ ଅନୁପମ ଖେର,ସାମ୍ନାକୁ ଆସିଲା ଭିଡ଼ିଓ ।

aajtak
0 41

ପ୍ରସିଦ୍ଧ ଅଭିନେତା ଅନୁପମ ଖେର ପ୍ରଥମ ଥର ପାଇଁ ମେଟ୍ରୋରେ ଯାତ୍ରା କରିଛନ୍ତି । ମଙ୍ଗଳବାର ଦିନ ଟ୍ୱିଟ କରି ମେଟ୍ରୋର କିଛି ଫଟୋ ମଧ୍ୟ ସେୟାର କରିଛନ୍ତି । ଏହା ସହିତ ସେ କ୍ୟାପ୍ସନରେ ଲେଖିଛନ୍ତିଯେ ମୁମ୍ବାଇରେ ଟ୍ରାଫିକ ଜାମ ହେତୁ ସେ ମେଟ୍ରୋରେ ଯାତ୍ରା କରିଛନ୍ତି । ଅନୁଭବ ଭଲ ରହିଛି ଏବଂ ଶେଷରେ ଜୟ ହୋ ବୋଲି ଲେଖିଛନ୍ତି ।

ପୂର୍ବରୁ ଅନୁପମ ଖେର ଅଟୋ ଡ୍ରାଇଭରଙ୍କ ସହିତ ନଜର ଆସିଥିଲେ । ସେ ଏହାର ଭିଡ଼ିଓ ସୋସିଆଲ ମିଡିଆରେ ସେୟାର କରିଥିଲେ । ବାସ୍ତବରେ ଅନୁପମ ଖେରଙ୍କ ଡ୍ରାଇଭର ବିଳମ୍ବରେ ପହଂଚିଥିବାରୁ ସେ ଯୋଗ କ୍ଲାସ ପାଇଁ ଅଟୋରେ ଯାଇଥିଲେ । ଅଟୋ ଚାଳକଙ୍କ ସହିତ କଥା ହେଉଥିବା ସମୟର ଭିଡ଼ିଓ ସେ ତାଙ୍କ ଟ୍ୱିଟର ଆକାଉଂଟରେ ସେୟାର କରିଥିଲେ । ଏହା ତାଙ୍କ ପାଇଁ ମଜାଦାର ଅନୁଭବ ଥିଲା ବୋଲି ସେ ବ୍ୟକ୍ତ କରିଥିଲେ ।

ଅନୁପମ ଆଗାମୀ ଫିଲ୍ମ ‘ଦ ଆକ୍ସିଡେଂଟାଲ ପ୍ରାଇମ ମିନିଷ୍ଟର’ରେ ନଜର ଆସିବେ । ଏହି ଫିଲ୍ମ ୨୧ ଡିସେମ୍ବରକୁ ରିଲିଜ ହେବ ବୋଲି ସୂଚନା ମିଳିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More