Only for Entertainment

ନିଜକୁ ଅନୁରାଧାଙ୍କ ଝିଅ କହିବାରୁ କଣ୍ଠଶିଳ୍ପୀ ରଖିଲେ ନିଜର ଏଭଳି ପ୍ରତିକ୍ରିୟା !

47

କରମାଲା ଦାବି କରିଛନ୍ତି ଯେ ବଲିଉଡ ଗାୟିକା ଅନୁରାଧା ପଡୱାଲ ତାଙ୍କ ଅସଲି ମା’ । ଏହାଉପରେ ଏବେ କଣ୍ଠଶିଳ୍ପୀଙ୍କର ପ୍ରତିକ୍ରିୟା ସାମ୍ନାକୁ ଆସିଛି ।

କେରଳର ଜଣେ ମହିଳା ଦାବି କରିଛନ୍ତି ଯେ ବଲିଉଡ କଣ୍ଠଶିଳ୍ପୀ ଅନୁରାଧା ପଡୱାଲ ତାଙ୍କର ମା’ ଅଟନ୍ତି । ଅନୁରାଧା କହିଛନ୍ତି ଏଭଳି ପ୍ରଶ୍ନର ସେ ଉତ୍ତର ଦେବାକୁ ଚାହାନ୍ତି ନାହିଁ । ଏହା ତାଙ୍କ ମର୍ଯ୍ୟାଦା ବିପକ୍ଷ ଅଟେ ।
ଏହାସହ ଅନୁରାଧାଙ୍କ ପ୍ରବକ୍ତାଙ୍କ କହିବା ମୁତାବକ ଏହି ମହିଳା ପାଗଳୀ ଅଟନ୍ତି । ୧୯୭୪ରେ ତାଙ୍କ ଝିଅ କବିତା ଜନ୍ମ ହୋଇଥିଲେ । ତେବେ କରମାଳା କେଉଁଠୁ ଆସିଲେ । ତାଙ୍କ ସ୍ୱାମୀଙ୍କ ବିଷୟରେ କହୁଥିବା ମହିଳାଙ୍କୁ ଏତିକି ବି ଜଣା ନାହିଁ ଅନୁରାଧାଙ୍କ ସ୍ୱାମୀ ଏ ଦୁନିଆରେ ନାହାନ୍ତିି । ଯଦି ସେ ଅନୁରାଧାଙ୍କ ଝିଅ ତେବେ ସେ ଅନୁରାଧାଙ୍କୁ ଟଙ୍କା ଦେବା କଥା ନା କି ତାଙ୍କ ଠାରୁ ୫୦କୋଟି ଦାବି କରିବା କଥା ବୋଲି କହିଛନ୍ତି ଅନୁରାଧା ।

କରମାଲାଙ୍କ ଓଳିଲ ଅନୀଲ ପ୍ରସାଦଙ୍କ କହିବା ମୁତାବକ ଯଦି ପଡସ୍ୱାଲ ତାଙ୍କ ଦାବିଙ୍କୁ ଖାରଜ କରିବେ ସେ ଡିଏନଏ ଟେଷ୍ଟ ପାଇଁ ଦାବି କରିବେ ।

ଯେତେବେଳେ ଏହା ପ୍ରତି ବଦଳରେ ତାଙ୍କୁ ପ୍ରତିକ୍ରିୟା ମଗାଗଲା ଅନୁରାଧା ରାଗି ଯାଇଥିଲେ । କହିଛନ୍ତି ଯେ ଯଦି କେହି କୁକୁର ଭୋକିବା ଆରମ୍ଭ କରେ ଆପଣ ଆଶା କରିପାରିବେ ନାହିଁ ଯେ ମୁଁ ମଧ୍ୟ ଭୋକିବି । ତାଙ୍କ ନିଜ ଝିଅ ୧୯୯୭ରେ ଜନ୍ମ ହୋଇଥିଲା । ଯେଉଁଠି ପ୍ରତିବନ୍ଧକ ଲଗାଇବା କଥା କୋର୍ଟ କାହିଁକି ସେଠାରେ ପ୍ରତିବନ୍ଧକ ଲଗାଉ ନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More