Only for Entertainment

ରିଲିଜ ହେଲା ଫିଲ୍ମ ‘ସୁଇ ଧାଗା’ର ପ୍ରଥମ ପୋଷ୍ଟର, ଭିନ୍ନ ଅନ୍ଦାଜରେ କରାଯାଉଛି ଫିଲ୍ମର ପ୍ରମୋଶନ ।

Catch Hindi
0 46

ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ ଅଭିନେତା ବରୁଣ ଧୱନଙ୍କ ଆଗାମୀ ଫିଲ୍ମ ‘ସୁଇ ଧାଗା’ ରିଲିଜ ହେବା ପୂର୍ବରୁ ଇଣ୍ଟରନେଟରେ ଧମକା ସୃଷ୍ଟି କରିଛି । ଫିଲ୍ମ ସେଟର ଅନେକ ଫଟୋ ଲିକ ହେବା ପରେ ଏବେ ଫିଲ୍ମର ପ୍ରଥମ ପୋଷ୍ଟର ରିଲିଜ କରାଯାଇଛି । ଫିଲ୍ମର ଏହି ପୋଷ୍ଟରୁ ଜଣା ପଡୁଛି ଯେ ବରୁଣ ଫିଲ୍ମରେ ଏକ ଦରଜୀ ଭୂମିକାରେ ନଜର ଆସିବେ । ଉଭୟ ବରୁଣ ଏବଂ ଅନୁଷ୍କା ପୋଷ୍ଟରରେ ଜବରଦସ୍ତ ଲୁକରେ ନଜର ଆସିଛନ୍ତି ।

ଫିଲ୍ମର ପ୍ରଥମ ଅଫିସିଆଲ ପୋଷ୍ଟରକୁ ଅନୁଷ୍କା ନିଜ ଟୁଇଟର ଆକାଉଣ୍ଟରେ ସେୟାର କରିଛନ୍ତି । ପୋଷ୍ଟର ସେୟାର କରି ସେ ଲେଖିଛନ୍ତି ‘ଧାଗେ ଧାଗେ ପେ ଲିଖା ହେ, ସିଲନେ ୱାଲେ କା ନାମ ।’ ଏହା ସହିତ ସେ ଲେଖିଛନ୍ତି ଆସନ୍ତୁ ବୁଣା ଯାଇଥିବା କାହାଣୀ ଶୁଣିବା ପାଇଁ । ଟ୍ରେଲର ରିଲିଜ ୧୩ ଅଗଷ୍ଟ ।


ଏପର୍ଯ୍ୟନ୍ତ ଅନୁଷ୍କାଙ୍କ ସବୁ ଫିଲ୍ମରେ ଗ୍ଲାମରସ ଲୁକ ଦେଖିବାକୁ ମିଳିଥିବା ବେଳେ ଏହି ଫିଲ୍ମରେ ଏକ ଭିନ୍ନ ଅବତାରରେ ନଜର ଆସିଛନ୍ତି । ଏହା ପୂର୍ବରୁ ଫିଲ୍ମର ଲୋଗେ ଭିଡିଓକୁ ଜାରି କରାଯାଇଥିଲା ଯାହା ଦର୍ଶକଙ୍କୁ ଖୁବ ପସନ୍ଦ ଆସିଥିଲା । ଆପଣଙ୍କୁ କହିରଖୁଛୁ ଯେ ସୁଇ ଧାଗାର ସମସ୍ତ ଲୋଗେକୁ ଦେଶର ଭିନ୍ନ ଭିନ୍ନ ରାଜ୍ୟର କଳାକାରମାନେ ନିଜ ହାତରେ ବୁଣିଛନ୍ତି । ଫିଲ୍ମ ଚଳିତ ବର୍ଷ ୨୮ ସେପ୍ଟେମ୍ବରରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More