Only for Entertainment

ସିଙ୍ଗାପୁରର ମାଡାମ ତୁଷାଦ ମ୍ୟୁଜିୟମରେ ସ୍ଥାନ ପାଇବ ଅନୁଷ୍କା ଶର୍ମାଙ୍କ ମହମ ମୁର୍ତ୍ତି, ମୁର୍ତ୍ତିରେ ରହିବ ଏହି ଖାସ ଫିଚର ।

SheThePeople
0 26

ବଲିଉଡ ଅଭିନେତ୍ରୀ ଏବଂ ଭାରତୀୟ କ୍ରିକେଟ ଟିମର କ୍ୟାପଟେନ ବିରାଟ କେହଲୀଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କୁ ଆଜି କୌଣସି ପରିଚୟର ଆବଶ୍ୟକତା ନାହିଁ । ନିଜର ଫିଲ୍ମ, ବ୍ରାଣ୍ଡ ଏବଂ ବ୍ୟକ୍ତିଗତ ଜୀବନକୁ ନେଇ ସବୁବେଳେ ଚର୍ଚ୍ଚାରେ ଅନୁଷ୍କା । ଅନ୍ୟ ପକ୍ଷରେ ତାଙ୍କ ଫ୍ୟାନ ଫଲୋଇଙ୍କ ମଧ୍ୟ କାହାଠାରୁ କମ ନୁହେଁ । କେମିତି ଟିକିଏ ମଉକା ମିଳିଳେ ଫ୍ୟାନମାନେ ଅନୁଷ୍କାଙ୍କ ସହିତ ଫଟୋ ଉଠାଇବେ ସେଥିପାଇଁ ଅନାଇବସିଥାନ୍ତି । କିନ୍ତୁ ଏବେ ତାଙ୍କ ଫ୍ୟାନମାନଙ୍କ ପାଇଁ ଖୁସି ଖବର । ଆପଣ ଯେବେ ଚାହିଁବେ ଅନୁଷ୍କାଙ୍କ ସହିତ ଫଟୋ ଉଠାଇପାରିବେ । କେବଳ ଫଟୋ ନୁହେଁ ତାଙ୍କ ସହିତ କଥା ମଧ୍ୟ ହୋଇପାରିବେ ।

anushka-sharma-wax

ଆଜ୍ଞା ହିଁ ଏହି ଖବର ସଂପୂର୍ଣ୍ଣ ସତ । ଖବର ଅନୁସାରେ ସିଙ୍ଗାପୁରର ମାଡାମ ତୁଷାଦ ମ୍ୟୁଜିୟମରେ ଖୁବ ଶୀଘ୍ର ଅନୁଷ୍କାଙ୍କ ମହମ ମୁର୍ତ୍ତି ସ୍ଥାନ ପାଇବାକୁ ଯାଉ ଛି । ସବୁଠାରୁ ବଡ କଥା ହେଉଛି ଅନୁଷ୍କାଙ୍କ ଏହି ମୁର୍ତ୍ତି କଥା କହିପାରିବ । ଅନୁଷ୍କା ଦେଶର ପ୍ରଥମ କଳାକାର ଯାହାର କଥା କହୁଥିବା ମୁର୍ତ୍ତି ମ୍ୟୁଜିୟମରେ ସ୍ଥାନ ପାଇବ ।

ଏହି ମ୍ୟୁଜିୟମରେ କମ ଲୋକଙ୍କ ମୁର୍ତ୍ତିରେ ଏପରି ସ୍ପେଶାଲ ଫିଚରର ପ୍ରୟୋଗ କରାଯାଇଥାଏ । ଫୁଟବଲ ଖେଳାଳୀ କ୍ରିଷ୍ଟିଆନୋ ରୋନାଲ୍ଡୋ, ଓପରା ୱିନଫ୍ରି ଏବଂ ହ୍ୟାମିଲଟନଙ୍କ ପରି ଇଣ୍ଟରନ୍ୟାସନା ଲ ଆଇକନଙ୍କ ପରେ ସିଙ୍ଗା ପୁରରେ ଅନୁଷ୍କା ର୍ଶାଙ୍କ କଥା କହୁଥିବା ମହମ ମୁର୍ତ୍ତି ସ୍ଥାନ ପାଇବ । ତେବେ ଅନୁଷ୍କାଙ୍କ ଏହି ମୁର୍ତ୍ତି ସହିତ ଲୋକେ ସେଲ୍ଫି ଉଠାଇବା ସହିତ କଥା ମଧ୍ୟ ହୋଇପାରିବେ ।

ଫିଲ୍ମ ବିଷୟରେ କହିବାକୁ ଗଲେ ଅନୁଷ୍କା କୁବ ଶୀଘ୍ର ଫିଲ୍ମ ‘ସୁଇ ଧାଗା’ରେ ବରୁଣ ଧୱନଙ୍କ ସହିତ ନଜର ଆସିବେ । ନିକଟରେ ରିଲିଜ ହୋଇଥିବା ଫିଲ୍ମ ସଂଜୁରେ ଅନୁଷ୍କାଙ୍କୁ ଖବ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More