Only for Entertainment

ଦାଦା ସାହେବ ଫାଲକେ ଏକ୍ସିଲେନ୍ସ ଆୱାର୍ଡ଼ରେ ସମ୍ମାନିତ ହେବେ ଏହି ଅଭିନେତ୍ରୀ ।

dnaindia.com
0 40

ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଅଭିନୟ ସହିତ ଫିଲ୍ମ ନିର୍ମାଣ କ୍ଷେତ୍ରରେ ମଧ୍ୟ କିଛି ଦିନ ଧରି ବେଶ ସକ୍ରିୟ ଅଛନ୍ତି । ଏହା ସହିତ ସଫଳତାକୁ ମଧ୍ୟ ନିଜ ନାଁରେ କରି ସାରିଛନ୍ତି । ତାଙ୍କ ଖାତାରେ ଆଉ ଏକ ସଫଳତା ଯୋଡ଼ି ହୋଇ ସାରିଛି । ତାଙ୍କୁ ଏକ ପ୍ରତିଷ୍ଠିତ ସମ୍ମାନରେ ସମ୍ମାନିତ କରାଯିବ ବୋଲି ଶୁଣିବାକୁ ମିଳିଛି ।

ଦାଦା ସାହେବ ଫାଲକେ ଏକ୍ସିଲେନ୍ସ ଆୱାର୍ଡ଼ ଏଥର ଅନୁଷ୍କା ଶର୍ମାଙ୍କୁ ପ୍ରଦାନ କରାଯିବ । ଅନୁଷ୍କା ୨୫ ବର୍ଷ ବୟସରେ ତାଙ୍କ ଭାଇ କର୍ଣ୍ଣେସ ଶର୍ମାଙ୍କ ସହିତ ମିଶି ଫିଲ୍ମ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥଲେ । ତାଙ୍କ ଫିଲ୍ମ ବ୍ୟାନର ତଳେ ଏବେ ୩ଟି ଫିଲ୍ମର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ଏହି ୩ଟି ଫିଲ୍ମରେ ଅନୁଷ୍କା ମୁଖ୍ୟ ଭୂମିକାରେ ନଜର ଆସିବେ ।

ଅନୁଷ୍କାଙ୍କ ଦ୍ୱାରା ନିର୍ମିତ ଫିଲ୍ମରେ ଭାରତକୁ ଗ୍ଲୋବାଲ ପରିଚୟ ଏବଂ ପ୍ରଶଂସା ମିଳିଛି । ତେଣୁ ଦାଦା ସାହେବ ଫାଲକେ ଫାଉଣ୍ଡେସନ ତାଙ୍କୁ ଏହି ପୁରସ୍କାର ଦେବା ପାଇଁ ମନୋନୀତ କରିଛନ୍ତି ।

ସୂଚନା ମୁତାବକ ଅନୁଷ୍କା ତାଙ୍କର ଆଗାମୀ ଫିଲ୍ମ ସୁଇ ଧାଗାରେ ବରୁଣ ଧାୱନଙ୍କ ସହିତ ଖୁବ ଶୀଘ୍ର ରୂପେଲି ପରଦାରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More