Only for Entertainment

ବିରାଟ କୋହଲିଙ୍କ ପରେ କ୍ରିକେଟ ମଇଦାନକୁ ଓହ୍ଲାଇଲେ ପତ୍ନୀ ଅନୁଷ୍କା ଶର୍ମା, ଟିମ ଇଣ୍ଡିଆ ଜର୍ସିରେ ଫଟୋ ହେଲା ଭାଇରାଲ

latestly
56

ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଫିଲ୍ମ ‘ଜିରୋ’ରେ ଦର୍ଶକଙ୍କ ହୃଦୟ ଜିତିବା ପରେ ଖୁବ ଶୀଘ୍ର ସ୍ପୋର୍ଟସ ବାୟୋପିକ ଫିଲ୍ମରେ ନଜର ଆସିବେ । ଇଣ୍ଡିଆନ ନ୍ୟାସନାଲ ୱମେନ୍ସ କ୍ରିକେଟ ଟିମର ପୂର୍ବ କ୍ୟାପଟେନ ଝୁଲନ ଗୋସ୍ୱାମୀଙ୍କ ଜୀବନନ ଉପରେ ଆଧାରିତ ବୟୋପିକ ଫିଲ୍ମରେ ଅନୁଷ୍କା ମୁଖ୍ୟ ଭୂମିକାରେ ନଜର ଆସିବେ । ଏହି ଫିଲ୍ମ ପାଇଁ ଅନୁଷ୍କା ପ୍ରସ୍ତୁତି ଆରମ୍ଭ କରି ସେରିଲେଣି ।

ସୋସିଆଲ ମିଡିଆରେ ଅନୁଷ୍କାଙ୍କ ଏକ ଲ୍ୟାଟେଷ୍ଟ ଫଟୋ ଭାଇରାଲ ହେବାରେ ଲାଗିଛି । ଫଟୋରେ ଅନୁଷ୍କା କ୍ରିକେଟ ଜର୍ସିରେ କ୍ରିକେଟ ମଇଦାନରେ ନଜର ଆସିଛନ୍ତି । କେବଳ ଅନୁଷ୍କା ନୁହଁନ୍ତି ତାଙ୍କ ସହିତ ଝୁଲଣ ଗୋସ୍ୱାମୀ ମଧ୍ୟ ନଜର ଆସିଛନ୍ତି ।

 

View this post on Instagram

 

At Eden Gardens with Jhulan Goswami! ❤️😍 #Biopic

A post shared by Anushka Sharma Fan Page ❤️ (@anushkasharma.club) on

ଅନୁଷ୍କା ଝୁଲଣଙ୍କ ଠାରୁ କିଛି ଟିପ୍ସ ନେବା ସହିତ ତାଙ୍କ ଷ୍ଟାଇଲରେ ଢଳିବା ପାଇଁ ଶିକ୍ଷା ନେଇଥିଲେ । ମିଡିଆ ରିପୋର୍ଟ ଅନୁସାରେ ଏହି ଫିଲ୍ମ ପାଇଁ ଅନୁଷ୍କା ଇଡେନ ଗାର୍ଡନରେ ପ୍ରାକ୍ଟିସ କରୁଛନ୍ତି । ଏହା ସହିତ ସେ ଝୁଲଣଙ୍କ ସହିତ ଏକ ଟିଜର ମଧ୍ୟ ସୁଟ କରିଛନ୍ତି ।

ଏହି ଫିଲ୍ମର ନିର୍ଦ୍ଦେଶନା ଦେବେ ପ୍ରୋସିତ ଜୟ । ଯେହେତୁ ଝୁଲଣ ଗୋସ୍ୱାମୀ ‘ଚକଦହା ଏକ୍ସପ୍ରେସ’ ନାମରେ ଖୁବ ପରିଚିତ ଥିଲେ ସେଥିପାଇଁ ଫିଲ୍ମର ନାମ ‘ଚକଦହା ଏକ୍ସପ୍ରେସ’ ରଖାଯାଇପାରେ ବୋଲି ଶୁଣିବାକୁ ମିଳୁଛି ।

୨୦୧୮ ପରେ ବଲିଉଡରୁ ବ୍ରେକ ନେଇଥିବା ଅନୁଷ୍କା ଏହି ଫିଲ୍ମ ଜରିଆରେ ପୁଣିଥରେ ବଲିଉଡକୁ ଫେରିବେ । ଏହା ବ୍ୟତିତ ଅନୁଷ୍କା ‘ପାନୀ’ରେ ସୁଶାନ୍ତ ସିଂ ରାଜପୁତଙ୍କ ସହିତ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More