Only for Entertainment

ଟ୍ୱିଟରରେ ରାଗିଲେ ଅମିତାଭ, ଅନୁଷ୍କା ଶର୍ମାଙ୍କ ଉପରେ ଦେଖାଇଲେ ଅଭିମାନ

Ndtv
0 95

ସବୁବେଳେ ଟ୍ୱିଟରରେ ନିଜର ମନ୍ତବ୍ୟ ରଖୁଥିବା ବିଗ ବି ଅମିତାଭ ବଚ୍ଚନ ପୁଣି ଥରେ ଟ୍ୱିଟରରେ ଦେଖାଇଛନ୍ତି ନିଜ ଅଭିମାନ । ଟ୍ୱିଟର ଜରିଆରେ ନିର୍ଭିକ ଭାବେ ନିଜ ମନ କଥା ସେୟାର କରୁଥିବା ବିଗ ବି ଏଥର, ଅଭିନେତ୍ରୀ ଅନୁଷ୍କାଙ୍କୁ ନେଇ ଏକ ପୋଷ୍ଟ ସେୟାର କରିଛନ୍ତି । ପୋଷ୍ଟରେ ଅନୁଷ୍କାଙ୍କୁ ଟାର୍ଗେଟ କରି ଅମିତାଭ ନିଜର ଅଭିମାନ ଜାହିର କରି ଲେଖିଛନ୍ତି ଯେ-
“ଅନୁଷ୍କା… ମୁଁ ଅମିତାଭ ବଚ୍ଚନ… ମେ’-୧ରେ ତୁମକୁ ଏସଏମଏସ ଜରିଆରେ ଜନ୍ମ ଦିନର ଶୁଭେଚ୍ଛା ଜଣାଇଥିଲି… କୌଣସି ଜବାବ୍ ମିଳିଲାନି.. ଜାଣିବାକୁ ପାଇଲି ତମ ନମ୍ବର ବଦଳି ଯାଇଛି… ସେଥିପାଇଁ ପୁନଃ ଶୁଭେଚ୍ଛା ଜଣାଉଛି.. ଲଭ୍ ଆଣ୍ଡ ୱିସେସ୍.. ତେବେ ଗତ ରାତି ସଂଧ୍ୟାରେ ତମେ ବେଶ ଆକର୍ଷଣୀୟ ଦେଖାଯାଉଥିଲ..”


ଅମିତାଭ ବଚ୍ଚନ, ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ଉପରେ ଅଭିମାନ କରି କିଛି ଏହି ପ୍ରକାର ପୋଷ୍ଟ ୨ ତାରିଖ ନିଜ ଟ୍ୱିଟରରେ ସେୟାର କରିଥିଲେ । ଯାହାକୁ ନେଇ ପରେ ଅଭିନେତ୍ରୀ ଅନୁଷ୍କା, ରି-ଟ୍ୱିଟ୍ କରି ଅମିତାଭଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଅନୁଷ୍କା ଲେଖିଛନ୍ତି –
“ଅନେକ ଅନେକ ଧନ୍ୟବାଦ ସାର.. ମୋ ଜନ୍ମଦିନ ମନେରଖି ମତେ ଶୁଭେଚ୍ଛା ଜଣାଇଥିବାରୁ… ଆପଣଙ୍କ ଏସ୍ଏମ୍ଏସ୍ ପାଇଁ ଏହି ଟ୍ୱିଟ୍ କରିଛି…”


ବିଗ୍ ବି ଅମିତାଭ, ଟ୍ୱିଟରରେ ଏମିତି ପ୍ରାୟ ସମୟରେ ନିଜ କୋ- ଷ୍ଟାର୍ ଏବଂ ବଲିଉଡ୍ ସେଲିବ୍ରିଟିଙ୍କୁ ଟ୍ରୋଲ କରିଥାନ୍ତି । ଅନୁଷ୍କାଙ୍କ ପୂର୍ବରୁ ଅଭିନେତ୍ରୀ ସୋନମ କପୁରଙ୍କୁ ମଧ୍ୟ ଏହି ପ୍ରକାର୍ ଟ୍ୱିଟ୍ କରି ଅଭିମାନ ଜାହିର୍ କରିଥିଲେ ବିଗ ବି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More