Only for Entertainment

ଏହି ଲଣ୍ଡା ମହିଳା ପୋଲିସ ଅଫିସରଙ୍କ ଫ୍ୟାନ ହେଲେ ଅନୁଷ୍କା ଶର୍ମା, ଲଣ୍ଡା ହେବାର କାରଣ ଜାଣିଲେ ଆପଣ ମଧ୍ୟ କରିବେ ପ୍ରଶଂସା

ndtv
55

ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା କେରଳର ଜଣେ ମହିଳା ପୋଲିସ ଅଫିସରଙ୍କର ଖୁବ ପ୍ରଶଂସା କରିଛନ୍ତି । ମହିଳା ପୋଲିସ ଅଫିସର ଜଣଙ୍କ ଲଣ୍ଡା ହେବାର କାରଣ ଜାଣି ଏବେ ଲୋକେ ତାଙ୍କୁ ପ୍ରଶଂସା କରୁଛନ୍ତି । କେରଳର ତ୍ରିଶୁର ଜିଲ୍ଲାର ଇରିନଜାଲକୁଡାର ବରିଷ୍ଠ ପୋଲିସ ଅଧିକାରୀ ଅପର୍ଣା ଲବକୁମାର କ୍ୟାନସର ପିଡିତାଙ୍କ ପାଇଁ ଲଣ୍ଡା ହୋଇଛନ୍ତି । ତାଙ୍କର ଏହି କାମ ପାଇଁ ତାଙ୍କୁ ଏବେ ପ୍ରଶଂସାର ସୁଅ ଛୁଟୁଛି ।

ଅନୁଷ୍କା ଶର୍ମା ନିଜ ଇଂଷ୍ଟାଗ୍ରାମ ଷ୍ଟୋରୀରେ ଅପର୍ଣା ଲବକୁମାରଙ୍କ ଫଟୋ ସେୟାର କରି ହାର୍ଟ ଇମୋଜୀ ସହିତ ତାଙ୍କୁ ସପୋର୍ଟ କରିଛନ୍ତି । ରିପୋର୍ଟ ଅନୁସାରେ ଅପର୍ଣା ନିଜ କେଶ କାଟି କ୍ୟାନସର ପିଡିତାଙ୍କ ପାଇଁ ୱିଗ ପାଇଁ ଦାନ କରିଛନ୍ତି ।

୪୬ ବର୍ଷୀୟ ଅପର୍ଣା କହିଛନ୍ତି ଯେତେବେଳେ କେମୋଥେରାପୀ ହୋଇଥାଏ ସେତେବେଳେ କେଶ ଝଡିଯାଏ ଏହି ସମୟରେ ଅନେକ ଲୋକେ ଲାଜ କରିଥାନ୍ତି । ସେମାନଙ୍କୁ ସାହାଯ୍ୟ ଏବଂ ସମର୍ଥନ କରିବା ପାଇଁ ମୁଁ ଏପରି କରିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More