Only for Entertainment

ପ୍ରେଗ୍ନେଣ୍ଟ ଅଛନ୍ତି କି ଅନୁଷ୍କା ଶର୍ମା ? ଅଭିନେତ୍ରୀ ଦେଲେ ଏହି ଉତ୍ତର ।

zeebiz
41

ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବେ ନିଜର ଆଗାମୀ ଫିଲ୍ମ ‘ଜିରୋ’ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମରେ ଅନୁଷ୍କାଙ୍କ ସହିତ ଶାହରୁଖ ଖାନ ଏବଂ କ୍ୟାଟ୍ରିନା କୈଫ ମଧ୍ୟ ଲିଡ ରୋଲରେ ନଜର ଆସିବେ । ନିକଟରେ ଅନୁଷ୍କାଙ୍କୁ ଜିରୋ ଟିମ ସହିତ ଅନେକ ଇଭେଣ୍ଟରେ ଦଖେିବାକୁ ମିଳୁଛି । ଜିରୋର ପ୍ରମୋଶନ ବେଳେ ଅଭିନେତ୍ରୀ ଅନୁଷ୍କା ଖୁଲାସା କରିଛନ୍ତି ଯେ, ସେ ଗର୍ଭବତ୍ତୀ ଅଛନ୍ତି କି ନାହିଁ । ଅସଲରେ କିଛି ଦିନରୁ ଚର୍ଚ୍ଚା ହେଉଛି ଯେ, ଅନୁଷ୍କା ଏବଂ ବିରାଟ ଖୁବ ଶୀଘ୍ର ଫ୍ୟାମିଲି ପ୍ଲାନିଂ କରିବାକୁ ଚିନ୍ତା କରୁଛନ୍ତି ।

ପ୍ରେଗ୍ନେସିକୁ ନେଇ ଅନୁଷ୍କା କହିଛନ୍ତି ଯେ, ‘ମୁଁ ଜାଣି ପାରୁନି ଏହି ସବୁ ଖବର କେଉଁଠୁ ଆସୁଛି । ଏହା ସଂପୂର୍ଣ୍ଣ ବେକାର କଥା । ସବୁଠାରୁ ବଡ ସତ ହେଉଛି ଯେ, ଆପଣ ବିବାହକୁ ଲୁଚାଇ ପାରିବେ କିନ୍ତୁ ପ୍ରେଗ୍ନେସିକୁ ନୁହେଁ । ଏହି ପରି ଖବର ଆସିବା ପରେ ୪ ମାସ ମଧ୍ୟରେ ଖବରର ସତ୍ୟତା ଜଣାପଡିଯାଏ । କେହି ଏହାକୁ ଲୁଚାଇ ରଖିପାରିବେ ନାହିଁ ।’

ଅନୁଷ୍କା ଆହୁରି ମଧ୍ୟ କହିଥିଲେ, ଏପରି ଖବରକୁ ଅଭିନେତ୍ରୀ ମାନେ ସାମ୍ନା କରିଥାନ୍ତି । କିନ୍ତୁ ମୋ ପାଇଁ ଏପରି ଗୁଜବର କିଛି ମୂଲ୍ୟ ନାହିଁ । ଏବେ ମୁଁ ଲଗାତାର କାମରେ ବ୍ୟସ୍ତ ରହୁଛି । କାମକୁ ଛାଡିବା ପରେ ମୁଁ ଏବେ ଆଉ କିଛି ପ୍ଲାନିଂ କରିବା ପାଇଁ ଚିନ୍ତା କରୁନାହିଁ ।

ଫିଲ୍ମ ଜିରୋ ବିଷୟରେ କହିବାକୁ ଗଲେ , ଫିଲ୍ମରେ ଅନୁଷ୍କା ଏକ ଭିନ୍ନକ୍ଷମ ଯୁବତୀ ଭୂମିକାରେ ନଜର ଆସିବେ । ଏହା ପୂର୍ବରୁ ତାଙ୍କୁ ଏପରି ଭୂମିକାରେ ଦେଖିବାକୁ ମିଳିନାହିଁ । ସେହିପରି ଶାହରୁଖ ଏକ ବାମନ ଭୂମିକାରେ ନଜର ଆସିବେ । ଫିଲ୍ମର ଟ୍ରେଲର ଏବଂ ଦୁଇଟି ଗୀତ ରିଲିଜ ହୋଇସାରିଛି ଯାହାକୁ ଦର୍ଶକ ଖୁବ ପସନ୍ଦ କରିଛନ୍ତି । ଫିଲ୍ମ ୨୧ ଡିସେମ୍ବରରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More