Only for Entertainment

୧ ମାସ ଧରି ଏହି କାମ କରି ଆସୁଥିଲେ ଅନୁଷ୍କା,ବାଦ ପଡ଼ିଲେ ନାହିଁ ବିରାଟ ।

youtube
30

ଶାହାରୁଖଙ୍କ ଫିଲ୍ମ ଜିରୋ ଏବଂ ତାହାର ଚରିତ୍ର ବଉଆ ସିଂ ଏବେ ଖୁବ ଚର୍ଚ୍ଚାରେ । ଅନୁଷ୍କାଙ୍କ ଠାରୁ ଆରମ୍ଭ କରି କ୍ୟାଟ୍ରିନାଙ୍କ ପର୍ଯ୍ୟନ୍ତ ଚରିତ୍ରମାନେ ଖେଳି ଯାଇଛନ୍ତି ସୋସିଆଲ ମିଡିଆରେ । ତେବେ ଫିଲ୍ମର ନାୟିକା ଅନୁଷ୍କାଙ୍କୁ ନେଇ ଆସିଛି ଏକ ନୂଆ ଖବର । ଆଜ୍ଞା ହଁ ଫିଲ୍ମ ଜିରୋରେ ଆଫିୟା ଚରିତ୍ରରେ ନଜର ଆସିବେ ଅନୁଷ୍କା । କିନ୍ତୁ ତାହା ପୂର୍ବରୁ କରିଥିଲେ କିଛି ଖାସ ପ୍ରସ୍ତୁତି । ଯେଉଁଥିରୁ ବାଦ ପଡ଼ି ନାହାଁନ୍ତି ପତି ବିରାଟ । ଫିଲ୍ମରେ ଅନୁଷ୍କା ହ୍ୱିଲ ଚେୟାରରେ ବସିଥିବାର ନଜର ଆସିବେ । କାରଣ ତାଙ୍କର ପ୍ରତ୍ୟେକଟି ଦୃଶ୍ୟ ରହିଛି ଠିକ ସେହିଭଳି । ଏଥିପାଇଁ ଫିଲ୍ମ ସୁଟିଂର ୧ ମାସ ପର୍ଯ୍ୟନ୍ତ ସୁଟିଂ ସେଟରେ ଏବଂ ଘରେ ମଧ୍ୟ ହ୍ୱିଲ ଚେୟାରର ବ୍ୟବହାର କରୁଥିଲେ ଅନୁଷ୍କା । ଏବେ ଏହି ଅଭ୍ୟାସ ଛାଡ଼ୁ ନାହାଁନ୍ତି ଅଭିନେତ୍ରୀ । ପତି ବିରାଟଙ୍କୁ ଗୁଡ ବାଏ କିସ ଦେବା ସମୟରେ ମଧ୍ୟ ହ୍ୱିଲ ଚେୟାର ଛାଡ଼ୁ ନାହାଁନ୍ତି ଜିରୋର ଏହି ନାୟିକା ।

କେବଳ ପତି ନୁହଁନ୍ତି ଘରକୁ ଆସୁଥିବା ଅତିଥିଙ୍କ ସହିତ ମଧ୍ୟ ଅନୁଷ୍କା ଏହିଭଳି ବ୍ୟବହାର କରୁଛନ୍ତି । ଘରର ଗୋଟିଏ ବଖରାରୁ ଅନ୍ୟ ବଖରାକୁ ଯିବା ପାଇଁ ମଧ୍ୟ ସେ ନେଉଛନ୍ତି ହ୍ୱିଲ ଚେୟାରର ସାହାରା । ତେବେ ଫିଲ୍ମରେ ସାଇନ କରିବା ପରେ ପରେ ଏହି ଅଭ୍ୟାସ ଆରମ୍ଭ କରି ଦେଇଥିଲେ ଅନୁଷ୍କା ଶର୍ମା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More