Only for Entertainment

କରଣ ଜୋହରଙ୍କ ଉପରେ ଗମ୍ଭୀର ଆରୋପ ଲାଗାଇଲେ ଅନୁଷ୍କା, ଯହା ଶୁଣିଲେ ଆପଣ ମଧ୍ୟ ହୋଇଯିବେ ଆଶ୍ଚର୍ଯ୍ୟ

Deccan Chronicle
0 69

ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ନିକଟରେ ଆଶ୍ଚର୍ଯ୍ୟ କରିଦେବା ଭଳି ଖୁଲାସା କରିଛନ୍ତି । ଯାହାକୁ ଶୁଣିଲେ ଆପଣ ଗୋଡ ତଳୁ ମାଟି ଖସି ଯିବ । ଅନୁଷ୍କା ବଲିଉଡର ଜଣାଶୁଣା ନିର୍ଦ୍ଦେଶକ କରଣ ଜୋହରଙ୍କ ଉପରେ ଏକ ଗମ୍ଭୀର ଆରୋପ ଲଗାଇଛନ୍ତି । ଅନୁଷ୍କା କହିଛନ୍ତି ଯେ ଫିଲ୍ମ ‘ୟେ ଦିଲ ହୈ ମୁସକିଲ’ର ସୁଟିଂ ସମୟରେ କରଣ ତାଙ୍କୁ ଖରାପ ଭାବରେ ଛୁଇଁଥିଲେ ।

anushka-sharma-karan-johar-jacqueline

କରଣଙ୍କ ଶୋ’ ‘କଫି ୱିଥ କରଣ’ରେ ଅନୁଷ୍କା ଏବଂ କ୍ୟାଟ୍ରିନା ଗେଷ୍ଟ ଭାବେ ଆସିଥିଲେ । ଏହି ଶୋ’ରେ ଅନୁଷ୍କା କରଣଙ୍କ ଉପରେ ଆରୋପ ଲଗାଇବା ସହିତ ତାଙ୍କ ବିରୋଧରେ ସେସ୍କୁଆଲ ହାରାସମେଣ୍ଟର କେସ କରିବେ ବୋଲି ମଧ୍ୟ କହିଥିଲେ । କେବଳ ଏତିକି ନୁହେଁ କରଣ ଜ୍ୟାକଲିନଙ୍କୁ ମଧ୍ୟ ଏକ ପାର୍ଟିରେ ଏପରି ଛୁଇଁଥିଲେ ବୋଲି ଅନୁଷ୍କା କହିଥିଲେ ।

katrinaanushka

ଆପଣ ଭାବୁଥିବେ ଯେ ଅନୁଷ୍କା ଆଗରୁ କ’ଣ ପାଇଁ ଚୁପ ଥିଲେ ? କରଣଙ୍କ ଶୋ’ରେ ହିଁ କ’ଣ ପାଇଁ ସେ ଏହି ଖୁଲାସା କଲେ ? ଯଦି ଆପଣ ଭାବୁଛନ୍ତି କରଣ ଏପରି କରିଛନ୍ତି ତେବେ ଆପଣ ଭୁଲ ଭାବୁଛନ୍ତି । କରଣଙ୍କ ଉପରେ ଏହି ଆରୋପ ଲାଗିଛି ସତ କିନ୍ତୁ ମଜାରେ । କଥାଟି ହେଉଛି ‘କଫି ୱିଥ କରଣ’ରେ କରଣ କହିଥିଲେ ‘ୟେ ଦିଲ ହୈ ମୁସକିଲ’ର ସୁଟିଂ ସମୟରେ ମୋତେ ଅନୁଷ୍କାଙ୍କ ସହିତ କ୍ରସ ହୋଇଯାଇଥିଲା । ବସ ଏହାପରେ ଅନୁଷ୍କା ମଜାରେ କରଣଙ୍କ ଉପରେ ଏହି ଆରୋପ ଲଗାଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More