Only for Entertainment

ବିରାଟଙ୍କୁ ଦେଖା କରିବା ଲାଗି ସୁଟିଂକୁ ଛାଡି ପଳାଇଲେ ।

amarujala
0 71

ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା କିଛି ଦିନ ହେବ ଆଗାମୀ ଫିଲ୍ମ ‘ସୁଈ ଧାଗା’ସୁଟିଂକୁ ନେଇ ବ୍ୟସ୍ତ ଅଛନ୍ତି । ସୁଟିଂ କାରଣରୁ ସେ ବର୍ତ୍ତମାନ ଦିଲ୍ଲୀରେ ଅଛନ୍ତି । ଏହି କାରଣରୁ ତାଙ୍କୁ ଦେଖିବା ଲାଗି ଆଖପାଖରେ ଥିବା ଲୋକଙ୍କର ସୁଅ ଛୁଟିଛି । ଅନୁଷ୍କା ଶର୍ମା ଏବଂ ବରୁଣ ଧୱନଙ୍କ ଝଲକ ପାଇବା ପାଇଁ ପ୍ରଶଂସକ ମାନେ ଘଂଟା ଘଂଟା ଧରି ଖରାରେ ଅପେକ୍ଷା କରିଥିବା ବେଳେ ଏହାମଧ୍ୟରେ ଅନୁଷ୍କା କିଛି ନୂଆ ପ୍ଲାନ କରିଛନ୍ତି । ବିବାହ ପରେ ଅନୁଷ୍କା ତାଙ୍କ ଫିଲ୍ମକୁ ନେଇ ବ୍ୟସ୍ତ ଥିବା ବେଳେ ସେପଟେ ବିରାଟ ମଧ୍ୟ କ୍ରିକେଟରେ ବ୍ୟସ୍ତ ରହିଛନ୍ତି । ବ୍ୟସ୍ତ ଜୀବନ ଶୈଳୀ କାରଣରୁ ଦୁହେଁ ଦୁହିଁଙ୍କୁ ସମୟ ଦେଇପାରୁ ନାହାନ୍ତି । ଏହି କାରଣରୁ ଅନୁଷ୍କା ଦିଲ୍ଲୀ ସୁଟରୁ ଦୁଇ ଦିନ ପାଇଁ ବ୍ରେକ ନେଇଛନ୍ତି ।

sui-dhaaga_1520315716

ବିରାଟ ମଧ୍ୟ କିଛି ଦିନ ହେବ ଦିଲ୍ଲୀରେ ଅଛନ୍ତି ଏବଂ ଆଇପିଏଲର ପ୍ରସ୍ତୁତିରେ ଲାଗିଛନ୍ତି । ଏହି କାରଣରୁ ଅନୁଷ୍କା ତାଙ୍କ ସହ ଦେଖା କରି କିଛି ଭଲ ମୂହୂର୍ତ୍ତ ବିତାଇବାକୁ ଚାହୁଁଛନ୍ତି । ଅବଶ୍ୟ ଏଭଳି ସେ କରିବା ସ୍ୱାଭାବିକ କାରଣ ବିବାହ ପରେ ସେ ବିରାଟଙ୍କ ସହ ଖୁବ ସମୟ ବିତାଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More