Only for Entertainment

ନିଜର କଥାକୁହା ପ୍ରତିମୂର୍ତ୍ତିକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଅନୁଷ୍କା,ପୂର୍ବରୁ ଏଭଳି ଘଟିନାହିଁ କୌଣସି ସେଲିବ୍ରେଟୀଙ୍କ ସହିତ ।

NDTV.com
40

-ଅନୁଷ୍କାଙ୍କ ସାମ୍ନାରେ ଅନୁଷ୍କା । ଜଣେ ଅନୁଷ୍କା ହସୁଥିବାବେଳେ ଆଉ ଜଣେ ସେଲଫି ନେବାରେ ବ୍ୟସ୍ତ । ଗ୍ରେ ସିଲଭର ଆଉଟଫିଟ । ବେକରେ ଚମକୁଥିବା ନେକେଲେସ ଓ ହାତରେ ମୋବାଇଲ । ଏଭଳି କିଛି ଅନ୍ଦାଜ ରହିଛି ଅନୁଷ୍କାଙ୍କ ମହର ମୂର୍ତିରେ । ଆପଣ ଦେଖୁଥିବା ଏହି ଫଟୋରେ ଦୁଇଜଣ ଅନୁଷ୍କାଙ୍କୁ ଏକାଠି ନଜର ଆସିଛନ୍ତି । ତେବେ ପ୍ରଥମ ଝଲକରେ ଜାଣିବା ମୁସ୍କିଲ କିଏ ଅସଲି ଓ କିଏ ନକଲି ଅନୁଷ୍କା । ଠିକ ସେମିତି କିଛି ନଜାରା ଥିଲା ସିଙ୍ଗାପୁରସ୍ଥିତ ମ୍ୟାଡାମ ତୁଷାଡ ମ୍ୟୁଜିମରେ । ଯେତେବେଳେ ନିଜ ମହର ମୂର୍ତି ଉପରୁ ପର୍ଦ୍ଦା ଉଠୁଥିବା ଅନୁଷ୍କା ଦେଖିଲେ ସେତେବେଳେ ସେ ନିଜେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଥିଲେ । । ତେବେ ଅନ୍ୟ ପ୍ରତିମୁର୍ତିଠୁ ଟିକେ ଅଲଗା ରହିଛି ଏହାର ବିଶେଷତ୍ୱ ।

ମ୍ୟୁଜିମୟରେ ଲଗାଯାଇଥିବା ଏହି ମୂର୍ତି କେବଳ ଆର୍କଷଣୀୟ ନୁହେଁ ବଂର କଥା କହିପାରୁଛି । ଏଠାକୁ ଆସୁଥିବା ପର୍ଯ୍ୟଟକ ମୂତି ସହ ହ୍ୟାଲୋ ହାଏ କରିପାରିବେ ।ପ୍ରଥମଥର ପାଇଁ ଏହି ବିଶେଷତ୍ୱ ମିଳିଛି ଅନୁଷ୍କାଙ୍କ ମହମ ମୂର୍ତିକୁ ।କଳା ଦୁନିଆର ବିଶେଷ ଯୋଗଦାନ ଓ ସ।।ମଜିକ କାର୍ଯ୍ୟରେ ନାଁ କରିଥିବା କିଛି ଖାସ ବ୍ୟକ୍ତିବିଶେଷଙ୍କ ମହମରପ୍ରତିମୂର୍ତିକୁ ମ୍ୟାଡମ ତୁଷାଡରେ ସ୍ଥାନ ଦିଆଯାଇଥାଏ ।ଯେଉଁଥରେ ଏବେ ନିଜ ନାଁ ଦର୍ଜ କରିଛନ୍ତି ଅନୁଷ୍କା ଶର୍ମା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More