Only for Entertainment

ଭାରତରେ ନୁହେଁ ବରଂ ଏହିଠାରେ ପତି ବିରାଟଙ୍କ ସହିତ ପ୍ରଥମ ବିବାହ ବାର୍ଷିକ ପାଳନ କରିବେ ଅନୁଷ୍କା ।

deccanchronicle
36

ନିଜର ପ୍ରଥମ ଆର୍ନିଭରସରି ଅଷ୍ଟ୍ରେଲିଆରେ ସେଲିବ୍ରେଟ କରିବେ ବିରୁଷ୍କା । ଡିସେମ୍ବର ୧୧ରେ ବିରାଟ କୋହଲୀ ଓ ଅନୁଷ୍କ ଶର୍ମା ବାହାଘରର ପ୍ରଥମ ବର୍ଷ ପୂର୍ତି ହେଉଛି । ଏହି ଖାସ ଦିନ ପାଇଁ ଅଷ୍ଟ୍ରେଲିଆକୁ ବାଛିଛନ୍ତିି ଏହି ସେଲିବ୍ରିଟି ଯୋଡି । କିଛି ବର୍ଷର ରୋମାନ୍ସ ପରେ ୨୦୧୭ରେ ପରସ୍ପର ଜୀବନସାଥୀ ହୋଇଥିଲେ ବିରାଟ ଅନୁଷ୍କା । ଇଟାଲୀରେ ବାହାଘର ଓ ପରେ ଦିଲ୍ଲୀ ଏବଂ ମୁମ୍ବାଇରେ ଗ୍ରାଣ୍ଡ ୱେଡିଙ୍ଗ ପାର୍ଟିର ଆୟୋଜନ ହୋଇଥିଲା । ଅଷ୍ଟ୍ରେଲିଆରୁ ଫେରିବା ପରେ ଅନୁଷ୍କା ନିଜ ଅପକମିଂ ଫିଲ୍ମ ଜିରୋର ପ୍ରମୋସନ ଆରମ୍ଭ କରିବେ ବୋଲି ଜଣାପଡିଛି । ଫିଲ୍ମ ୨୧ ଡିସେମ୍ବରରେ ରିଲିଜ ହେବ । ଫିଲ୍ମରେ ଅନୁଷ୍କାଙ୍କ ବ୍ୟତିତ କିଙ୍ଗ ଖାନ ଶାହରୁଖ ଏବଂ ଅଭିନେତ୍ରୀ କ୍ୟଟ୍ରିନା କୈଫ ନଜର ଆସିବେ ।

 

View this post on Instagram

 

A post shared by . (@anushkashaarma) on

ବିରାଟ କୋହଲିଙ୍କ ବିଷୟରେ କହିବାକୁ ଗଲେ ବିରାଟ ଏବେ ଅଷ୍ଟ୍ରେଲିଆରେ ଅଛନ୍ତି । ବିବାହ ଆର୍ନିଭରସରି ପୂର୍ବରୁ ବିରାଟ ୬ ଡିସେମ୍ବରରେ ଅଷ୍ଟ୍ରେଲିଆ ବିକ୍ଷରେ ପ୍ରଥମ ଟେଷ୍ଟ ମ୍ୟାଚ ଖେଳିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More