Only for Entertainment

ଅନୁଷ୍କା ପୁଣି ଥରେ ପିନ୍ଧିଲେ ବିରାଟଙ୍କ ଟ-ସାର୍ଟ, ଦେଖାଇଲେ ନିଜର ଟସନ ଲୁକ ।

khabar ndtv
0 95

ସୋସିଆଲ ମିଡିଆରେ ବିରୁଷ୍କା ସବୁବେଳେ ଚର୍ଚ୍ଚାରେ ଥିବା ବେଳେ ଏବେ ପୁଣି ଥରେ ଚର୍ଚ୍ଚାରେ ଆସିଛନ୍ତି ଏହି ଯୋଡି । ବିବାହ ପରେ ଅନୁଷ୍କା ଭିନ୍ନ ରୂପରେ ନିଜର ପ୍ରେମକୁ ଜାହିର କରିବାରେ ଲାଗି ପଡିଛନ୍ତି । କେତେବେଳେ କୋଳାଗ୍ରତ କରୁଥିବା ଫଟୋ ତ କେତେବେଳେ କିସ କରୁଥିବା ଫଟୋ । ପ୍ରଶଂସକଙ୍କର ଅପେକ୍ଷା ରହିଥାଏ ଏହି ଦୁଇ ଯୋଡିଙ୍କ ଫଟୋକୁ । ବର୍ତ୍ତମାନ ତାଙ୍କର ଏକ ଫଟୋ ସୋସିଆଲ ମିଡିଆରେ ଦୃତ ମାତ୍ରାରେ ଭାଇରାଲ ହେବାରେ ଲାଗିଛି ।

ଯେଉଁଥିରେ ଅନୁଷ୍କା ଶର୍ମା ବିରାଟଙ୍କ ଟି-ସାର୍ଟ ପିନ୍ଧିଥିବା ନଜରକୁ ଆସିଛି । ଠିକ ସେହିଭଳି କିଛି ମାସ ପୂର୍ବରୁ ଅନୁଷ୍କାଙ୍କର ଧଳା ଟି-ସାର୍ଟ ପିନ୍ଧିଥିଲେ । ଯେଉଁଥିରେ ସେ କୁଲ ଅନ୍ଦାଜରେ ନଜର ଆସିଥିଲେ । ମାତ୍ର ଏଥର ବିରାଟଙ୍କ କଳା ଟି-ସାର୍ଟ ପିନ୍ଧିଥିବା ନଜରକୁ ଆସିଥିଲେ ।

ବିରାଟଙ୍କ ଫାନ କ୍ଲବ ଅନୁଷ୍କା ଶର୍ମାଙ୍କର ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ବିରାଟଙ୍କ ଟି-ସାର୍ଟ ନଜରକୁ ଆସିଛି । ଖବର ମୁତାବକ ଏହା ମୁମ୍ବାଇ ଏୟାରପୋର୍ଟର ଫଟୋ ଅଟେ ।

ବିରାଟଙ୍କ ଟି-ସାର୍ଟରେ ସେ ଖୁବ କ୍ୟୁଟ ଦିଶୁଛନ୍ତି ଏବଂ ତାଙ୍କର ଖୁବ ପ୍ରଶଂସା ମଧ୍ୟ ହେଉଛି । ଫଟୋରେ ଦେଖାଯାଇଛି ବିରାଟ ଏହି ଟି-ସାର୍ଟ ଏକ୍ସରସାଇଜ କଲାବେଳେ ପିନ୍ଧିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More