Only for Entertainment

ଅନୁଷ୍କାଙ୍କ ଖୁସିରେ ବାଧା ସୃଷ୍ଟି କଲା ଫିଲ୍ମ ପଦ୍ମାବତୀ

toutube
0 43

ଫିଲ୍ମ ପଦ୍ମାବତୀର କାହାଣୀରେ କିଛି ପରିବର୍ତ୍ତନ ଆସିବା ପରେ ମଧ୍ୟ ଏ ପର୍ଯ୍ୟନ୍ତ ରିଲିଜ ଡେଟକୁ ଘୋଷଣା କରାଯାଇ ନାହିଁ । ଅନ୍ୟ ପକ୍ଷରେ କେତେକ ଫିଲ୍ମ ପଦ୍ମବତୀର ରିଲିଜ ଡେଟକୁ ନେଇ ଚିନ୍ତିତ ଥିବା କଥା ସାମ୍ନାକୁ ଆସିଛି । ତେବେ ସେମାନଙ୍କ ମଧ୍ୟରୁ ଅନୁଷ୍କାଙ୍କ ଫିଲ୍ମ ପରୀ ମଧ୍ୟ ଗୋଟିଏ ।

ଗୋଟିଏ ପାଶ୍ୱର୍ରେ ଦାମ୍ପତ୍ୟ ଜୀବନକୁ ନେଇ ଖୁସି ଥିବା ଅନୁଷ୍କା ଫିଲ୍ମ ପଦ୍ମାବତୀର ରିଲିଜ ଡେଟକୁ ନେଇ ଚିନ୍ତିତ ଅଛନ୍ତି । କାରଣ ଚଳିତ ସମୟରେ କୌଣସି ଫିଲ୍ମ ରିଲିଜ ହୋଇ ନଥିବାରୁ ଅନୁଷ୍କା ଶର୍ମା ତାଙ୍କର ଆଗାମୀ ଫିଲ୍ମ ପରୀର ଟ୍ରେଲର ୫ ତାରିଖକୁ ରିଲିଜ କରିବେ ବୋଲି ଧାର୍ଯ୍ୟ କରିଥିଲେ । କିନ୍ତୁ ଫିଲ୍ମ ପଦ୍ମାବତୀର ରିଲିଜ ଡେଟ କୌଣସି ସମୟରେ ମଧ୍ୟ ଘୋଷଣା ହୋଇପାରେ, ଯାହାକି ଫିଲ୍ମ ପରୀ ଉପରେ ଖୁବ ପ୍ରଭାବ ପକାଇବାର ସମ୍ଭାବନା ରହିଛି

ପରୀ ଫିଲ୍ମ ଅନୁଷ୍କାଙ୍କ ପ୍ରଡକ୍ସନ ହାଉସରେ ତିଆରି କରାଯାଇଛି । ଅନୁଷ୍କା ଶର୍ମା ମୁଖ୍ୟ ଚରିତ୍ରରେ ଅଭିନୟ କରୁଥିବା ସମୟରେ ପ୍ରୋସିତ ରାୟ ଏହାର ନିର୍ଦ୍ଦେଶନା ଦେଉଛନ୍ତି । ସୂଚନା ମୁତାବକ ଫିଲ୍ମ ୯ ଫେବୃୟାରୀକୁ ରିଲିଜ ହେବ ବୋଲି ଧାର୍ଯ୍ୟ କରାଯାଇଛି । ଏହା ବ୍ୟତୀତ ଫିଲ୍ମ ପଦ୍ମାବତୀ ୨୫ ଜାନୁୟାରୀକୁ ରିଲିଜ ହେବାର ସମ୍ଭାବନା ରହିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More