କେନ୍ଦ୍ରାପଡା ଲୋକସଭା ଆସନରୁ ବିଜୟୀ ହେଲେ ଅନୁଭବ, ହାରିଲେ ଅପରାଜିତା – ପିଙ୍କି ପ୍ରଧାନ
ରାଜନୀତିକୁ ଓଲିଉଡ୍ ଅଭିନେତା, ଅଭିନେତ୍ରୀଙ୍କ ଜୋର୍ଦାର୍ ପ୍ରବେଶ ହୋଇଥିଲେ ବି ଏଥର ଦଳୀୟ ଟିକେଟ୍ ପାଇଥିଲେ ମାତ୍ର ୩ ଜଣ କଳାକାର। ବିଜେଡିରୁ ଅନୁଭବ ମହାନ୍ତି କେନ୍ଦ୍ରାପଡ଼ା ଲୋକସଭା ଟିକେଟ୍ ପାଇଥିଲା ବେଳେ ବିଜେପିରୁ ଅପରାଜିତା ମହାନ୍ତି ଭୁବନେଶ୍ବର ଉତ୍ତର ଓ ପିଙ୍କି ପ୍ରଧାନ ଦିଗପହଣ୍ଡି ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଥିଲେ। ଅନୁଭବ ବିଜୟୀ ହୋଇଥିଲା ବେଳେ ଦୁଇ ଜଣ ଯାକ ଅଭିନେତ୍ରୀ ପରାଜୟର ସାମ୍ନା କରିଛନ୍ତି।
ବିଜେଡିରୁ ବିଦା ହୋଇଥିବା ଦୁଇ ହେଭିୱେଟ୍ ନେତା ବୈଜୟନ୍ତ ପଣ୍ଡା ଓ ଦାମୋଦର ରାଉତଙ୍କ ଉପରେ ସମସ୍ତଙ୍କ ନଜର ଥିଲା। ଉଭୟ ନେତା ବିଜେଡିର ଚରମ ଶତ୍ରୁ ପାଲଟିଥିଲେ। ଦଳରୁ ଗଲା ପରେ ବିଜେଡି ନୀତି ଓ ନେତୃତ୍ବ ଉପରେ ଭୀଷଣ ବର୍ଷୁଥିଲେ। ଗଣମାଧ୍ୟମରେ ଶିରୋନାମାରେ ରହୁଥିଲେ। ଉଭୟ ବିଜେପିରେ ଯୋଗ ଦେଇ ଦଳୀୟ ଟିକେଟ୍ ପାଇବାରେ ସକ୍ଷମ ହୋଇଥିଲେ। କିନ୍ତୁ ସମ୍ମୁଖ ଲଢ଼େଇରେ ସଫଳ ହୋଇପାରିନାହାନ୍ତି। କେନ୍ଦ୍ରାପଡ଼ା ଲୋକସଭା ଆସନରେ ବୈଜୟନ୍ତ ଓ ବାଲିକୁଦା-ଏରସମା ବିଧାନସଭା ଆସନରେ ଦାମ ବିଜେଡି ପ୍ରାର୍ଥୀଙ୍କ ଠାରୁ ବହୁ ଭୋଟ୍ ବ୍ୟବଧାନରେ ପରାଜିତ ହୋଇଛନ୍ତି। ରାଜ୍ୟ ରାଜନୀତିରେ ଏହା ବେଶ୍ ଚର୍ଚ୍ଚାର ବିଷୟ ହୋଇଛି।