Only for Entertainment

ସେଓ ଖାଇବା ପୂର୍ବରୁ ସତର୍କ ରୁହନ୍ତୁ , ନହେଲେ ହୋଇପାରେ ମୃତ୍ୟୁ

Healthyliving from Nature
0 53

କୁହାଯାଇଥାଏ ଯିଏ ପ୍ରତ୍ୟେକ ଦିନ ଗୋଟିଏ ସେଓ ଖାଇଥାଏ ସେ ଡାକ୍ତରଙ୍କ ଠାରୁ ଦୂରେଇ ରହିଥାଏ । ଡାକ୍ତର ମଧ୍ୟ ପ୍ରତ୍ୟେକଦିନ ସେଓ ଖାଇବା ପାଇଁ ପରାମର୍ଶ ଦେଇଥାନ୍ତି । ତେବେ ଏହି ଫଳକୁ ନେଇ ଏକ ଆଶ୍ଚର୍ଯ୍ୟ ଖବର ସାମ୍ନାକୁ ଆସିଛି । ବିଶେଷଜ୍ଞ ମାନଙ୍କ ମତରେ ସେଓ ଖାଇବା ପୂର୍ବରୁ ଏହାର ମଞ୍ଜିକୁ ବାହାର କରିନେବା ଦରକାର । କାରଣ ଏହାର ମଞ୍ଜି ପେଟକୁ ଯିବା ମାତ୍ରେ ଏହା ବିଷାକ୍ତ ହୋଇଯାଇଥାଏ ।

apple

ବିଶେଷଜ୍ଞଙ୍କ ମତରେ ଏହାର ମଞ୍ଜିରେ ଅମିଗଡଲିନ ନାମକ ଏକ ତତ୍ୱ ରହିଥାଏ ଯାହା ପେଟର ଏନଞ୍ଜାଇମ ସଂସ୍ପର୍ଶରେ ଆସିବା ମାତ୍ରେ ସାୟନାଇଡରେ ପରିଣତ ହୋଇଯାଏ । କିନ୍ତୁ ଏହା ସର୍ବଦା ହୋଇନଥାଏ । କିନ୍ତୁ ଏହା ଯଦି ସାୟନାଇଡରେ ପରିଣତ ହୁଏ ତେବେ ଏହା ବ୍ୟକ୍ତିର ସ୍ୱାସ୍ଥ୍ୟକୁ ଖରାପ କରିଦେଇଥାଏ । ଏପରି କି ଏହି କାରଣରୁ ମୃତ୍ୟୁ ମଧ୍ୟ ହୋଇଯାଇଥାଏ ।

apple1

ସାୟନାଇଡକୁ ଦୁନିଆର ସବୁଠାରୁ ଘାତକ ବିଷାକ୍ତ ଦ୍ରବ୍ୟ କୁହାଯାଇଥାଏ । ଅନେକ ଫଳର ମଞ୍ଜିରେ ଅମିଗଡଲିନ ମିଳିଥାଏ କିନ୍ତୁ ଏହା ବିଷାକ୍ତ ହେବାର ଆଶଙ୍କା କମ୍ ଥାଏ । ତେବେ ଯାହା ହେଉ ନା କାହିଁକି ସେଓ ଖାଇବା ସମୟରେ ସବଧାନତା ଅବଲମ୍ବନ କରିବା ଆବଶ୍ୟକ । ଯେଉଁ ଫଳ ଖାଆନ୍ତୁ ନା କାହିଁକି ମଞ୍ଜିକୁ ବାହାର କରି ଖାଆନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More