Only for Entertainment

ଚୁଟକୀରେ ଭଲ କରନ୍ତୁ ଗୋଇଠି ସମସ୍ୟା ।

eco business.com
0 45

ବୟସ ବଢିବା ସହିତ ସ୍ୱାସ୍ଥ୍ୟଗତ ସମସ୍ୟା ମଧ୍ୟ ଦେଖାଯାଏ । ଏହା ମଧ୍ୟରୁ ଏକ ସମସ୍ୟା ହେଉଛି ଗୋଇଠି ସମସ୍ୟା । ଏହି ଅସହ୍ୟ ସମସ୍ୟା ମହିଳା କିମ୍ବା ପୁରୁଷ କାହାକୁ ମଧ୍ୟ ହୋଇପାରେ । ସକାଳେ ଉଠିବା ପରେ ଯଦି ଆପଣଙ୍କୁ ଏହି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି ତେବେ ଚିନ୍ତା କରିବା ଆବଶ୍ୟକ ନାହିଁ । ଆଜି ଆମେ ଆପଣଙ୍କୁ ଏଭଳି ଘରୋଇ ଚିକିତ୍ସା ବିଷୟରେ କହିବୁ ଯାହା ଦ୍ୱାରା ଚୁଟକୀରେ ଏହି ସମସ୍ୟା ଦୂର ହୋଇଯିବ । ଆସନ୍ତୁ ସେହି ବିଷୟରେ ଆଲୋଚନା କରିବା ।

ଏହି ସମସ୍ୟାରୁ ମୁକ୍ତି ପାଇଁ ଆବଶ୍ୟକ କିଛି ଅଦା । ପ୍ରଥମେ ଅଦାର ଏକ ଟୁକୁଡ଼ା ନେଇ ଗ୍ରେଟ କରନ୍ତୁ । ପ୍ରଥମେ ଦୁଇ କପ ଜଳ ଗରମ କରନ୍ତୁ ଏବଂ ଫୁଟିବା ପରେ ଏଥିରେ ଅଦା ପକାନ୍ତୁ । ଏହାପରେ ଆଂଚ କମ କରନ୍ତୁ । ଏହା ସହିତ ଆପଣ କିଛି ବୁନ୍ଦା ଲେମ୍ବୁ ରସ କିମ୍ବା ମହୁ ମିଶାଇ ପାରିବେ । ଏହା ଭଲଭାବରେ ଫୁଟିବା ପରେ ଏହାକୁ ଛାଣି ଦିଅନ୍ତୁ ଏବଂ ପିଅନ୍ତୁ । ଏହା ସହିତ ପ୍ରତିଦିନ ଅଦା ରସ ଦ୍ୱାରା ଦିନକୁ ଦୁଇ ଥର ଗୋଇଠିରେ ମାଲିସ କରନ୍ତୁ । ଏଭଳି କରିବା ଦ୍ୱାରା ସମସ୍ୟା ଦୂର ହୋଇଯିବ ।

ବିଶେଷ କରି ଆଲୁମିନିୟମ ଫୋଏଲକୁ ଖାଦ୍ୟ ପାଇଁ ବ୍ୟବହାର କରାଯାଏ । କିନ୍ତୁ ଏହା ଦ୍ୱାରା ଶରୀରର ଯନ୍ତ୍ରଣା ମଧ୍ୟ ଦୂର ହୋଇପାରିବ । ତେବେ ଶରୀରର ଯେଉଁ ସ୍ଥାନରେ ଯନ୍ତ୍ରଣା ହେଉଛି ସେହି ସ୍ଥାନକୁ ଆଲୁମିନିୟମ ଫୋଏଲ ଦ୍ୱାରା ଢାଙ୍କି ଦିଅନ୍ତୁ । ଏହାପରେ ଏଥିରେ ବ୍ୟାଣ୍ଡେଜ ଗୁଡ଼ାଇ ଦିଅନ୍ତୁ । ଏହାକୁ ୧୦ରୁ ୧୨ ଘଂଟା ଛାଡ଼ି ଦିଅନ୍ତୁ । କିନ୍ତୁ ରାତିରେ ଏହାକୁ କରିବା ଉତ୍ତମ ଉପାୟ ହେବ । ଏହା ସପ୍ତାହକୁ ଥରେ ମାତ୍ର କରନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More