Only for Entertainment

ଓସ୍କାର ସମାରୋହରେ ପତଳା ଦେଖାଯିବା ପାଇଁ ରେହମାନ କରିଥିଲେ ଏଭଳି କାମ !

29

ଓସ୍କାର ପୁରସ୍କାର ବିଜେତା ସଙ୍ଗୀତକାର ଏ ଆର ରେହେମାନ ସମାରୋହର ସନ୍ଧ୍ୟାରେ ପତଳା ଦେଖାଯିବା ପାଇଁ ଯାହା କରିଥିଲେ ତାହା ଖୁଲାସା କରିଛନ୍ତି । ତାଙ୍କ କହିବା ମୁତାବକ ସେ ବତଳା ନଜର ଆସିବେ ବୋଲି ଖାଇବା ପିଇବା ଛାଡି ଦେଇଥିଲେ । ରହମାନଙ୍କୁ ୨୦୦୯ରେ ରିଲିଜ ହୋଇଥିବା ‘ସ୍ଲମଡଗ ମିଲେନିୟର’ର ଅରିଜିନାଲ ସ୍କୋର ଏବଂ ଏହାର ଗୀତ ‘ଜୟ ହୋ’ ପାଇଁ ଦୁଇଟି ପୁରସ୍କାର ପାଇଥିଲେ ।

ସମାରୋହର ସନ୍ଧ୍ୟାରେ ସେ କିଭଳି ଅନୁଭବ କରିଥିଲେ ଏହା ପ୍ରଶ୍ନ କରାଯିବାରୁ ସେ ଉତ୍ତରରେ କହିଥିଲେ ଯେ , ସେଭଳି ସେ କିଛି ଅନୁଭବ କରି ନଥିଲେ, କେବଳ ସେ ସମାରୋହରେ ପତଳା ଦିଶିବା ଲାଗି ଖାଇବା ପିଇବା ଛାଡି ଦେଇଥିଲେ । ଓସ୍କାର ଜିତିବାର ୧୦ବର୍ଷ ପରେ ଆୟୋଜିତ ହୋଇଥିବା ଏକ ସମାରୋହରେ ରହମାନ ଏହି ବୟାନ ଦେଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More