Only for Entertainment

କେବିସିରେ ନାତୁଣୀଙ୍କ ସହ ଗେମ ଖେଳିବେ ଅମିତାଭ ଭଚ୍ଚନ ।

the indian express
0 30

କେବିସି ରିଆଲିଟି ଶୋ ଏଭଳି ଏକ ପ୍ଲାଟଫର୍ମ ଯେଉଁଠାରେ ଟଙ୍କା ଇନକମ କରିବା ପାଇଁ ବହୁ ଦୂର ଦୂରାନ୍ତରୁ ଲୋକ ଆସନ୍ତି । ଏହା ଲୋକଙ୍କୁ ଖୁବ ସହଜରେ କୋଟିପତି ହେବା ପାଇଁ ସୁଯୋଗ ଦେଇଥାଏ । ମାତ୍ର ଏଥିରେ ଲୋକଙ୍କୁ ନିଜ ବୁଦ୍ଧିକୁ ବ୍ୟବହାର କରି ଖେଳିବାକୁ ପଡ଼ିଥାଏ,ଏଥିପାଇଁ ଖୁବ ପ୍ରସ୍ତୁତି ମଧ୍ୟ କରିବାକୁ ପଡ଼ିଥାଏ । ତେବେ ଏସବୁ ହେଉଛି ଖେଳର ମୌଳିକ କଥା । କିନ୍ତୁ ଏହି ଖେଳକୁ ନେଇ ନିକଟରେ ବିଗ ବିଙ୍କ ଏକ ମତ ଆସିଛି,ଯେଉଁଥିରେ ସେ ତାଙ୍କ ନାତୁଣୀ ଆରାଧ୍ୟାଙ୍କ ସହିତ କେବିସି ଖେଳିବା କଥା କହିଛନ୍ତି ।

ଖୁବ୍‌ ଶୀଘ୍ର  ବିଗ୍‌ ବି କେବିସି ସିଜିନ୍‌-୧୦ରେ ଆସିବା ପାଇଁ ପ୍ରସ୍ତୁତ ହେଉଥିବା ସୂଚନା ରହିଛି। ମଙ୍ଗଳବାର ଗଣମାଧ୍ୟମରେ ବଲିଉଡ୍‌ର ଏହି ବାଦ୍‌ଶାହା ପ୍ରକାଶ କରିଛନ୍ତି ଯେ ଖୁବ୍‌ ଶୀଘ୍ର ସେ ନିଜ ନାତୁଣୀ ଆରାଧ୍ୟଙ୍କ ସହ ଏହି ବହୁ ଲୋକପ୍ରିୟ ସୋ’ରେ ନଜର ଆସିବେ। ବାସ୍ତବ କଥା ହେଉଛି ଜଣେ ରିପୋର୍ଟର ବିଗ୍‌ ବିଙ୍କୁ ପ୍ରଶ୍ନ ପଚାରିଥିଲେ ଯେ ‘ଆପଣ କେବେ ଆପଣଙ୍କ ନାତୁଣୀ ଆରାଧ୍ୟାଙ୍କ ସହ କେବିସି ଖେଳିଛନ୍ତି’? ରିପୋର୍ଟରଙ୍କ ଏହି ପ୍ରଶ୍ନର ଉତ୍ତର ଦେଇ ବିଗ୍‌ ବି କହିଛନ୍ତି, ‘ନାଁ ଖେଳିନାହିଁ। ମାତ୍ର ଏହା ଏକ ଭଲ ଚିନ୍ତା। ଖୁବ୍‌ ଶୀଘ୍ର ମୁଁ ଆରାଧ୍ୟା ସହ ଏହି ଗେମ୍‌ ଖେଳିବି।’ତା’ପରେ ବିଗ୍‌ ବି ପୁଣି କହିଛନ୍ତି ଯେ ଆରାଧ୍ୟ ଖୁବ୍‌ ସାନ ହୋଇଥିବାରୁ କେବିସିର ନୀତି ସଂପର୍କରେ ତାକୁ ବୁଝାଇବା କଷ୍ଟ ହେବ। ମାତ୍ର ସୋ’ର ସିଗ୍‌ନେଚର୍‌ ଟିଉନ୍‌କୁ ଆରାଧ୍ୟା ଖୁବ୍‌ ପସନ୍ଦ କରେ ବୋଲି ବଚ୍ଚନ ସାହେବ କହିଛନ୍ତି। ଆପଣ ତ ଏକଥା ନିଶ୍ଚୟ ଜାଣିଥିବେ ଯେ ଅଭିଷେକ ବଚ୍ଚନ ଓ ଐଶ୍ୱର୍ଯ୍ୟାଙ୍କ ଝିଅ ଆରାଧ୍ୟା ନିଜ ଜେଜେବାପାଙ୍କ ସହ ଖୁବ୍‌ ଘନିଷ୍ଠ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More