Only for Entertainment

ବଲିଉଡରେ ଅରବାଜ ଏବଂ ମଲାଇକାଙ୍କ ପୁଅ ଅରହାନଙ୍କ ପ୍ରବେଶ ।

timesnow
29

ବଲିଉଡରେ ଷ୍ଟାରକିଡ଼ସ ମାନେ ସମୟ ଦେଖି ପ୍ରବେଶ କରନ୍ତି । ଗତବର୍ଷ ସେହି ଟ୍ରେଣ୍ଡରେ ଥିଲେ ଜାହ୍ନବୀ କପୁର ଏବଂ ସାରା ଅଲି ଖାନ । ଏବେ ତାଙ୍କ ସହିତ ଯୋଡ଼ି ହୋଇ ଯାଇଛନ୍ତି ମଲାଇକା ଏବଂ ଅରବାଜଙ୍କ ୧୬ ବର୍ଷର ପୁଅ ଅହାନ । ଖବର ମୁତାବକ ଅରହାନ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି । ଆପଣ ଭାବୁଥିବେ ଯେ ଅରହାନ୍‌ ବଲିଉଡରେ ହିରୋ ଭାବେ କ୍ୟାରିଅର୍‌ ଆରମ୍ଭ କରିବାକୁ ଯାଉଛନ୍ତି,ତେବେ ତାହା  ନୁହେଁ।

ଅରହାନ୍‌ ନିର୍ଦ୍ଦେଶକ ପ୍ରଭୁଦେବାଙ୍କ ସହକାରୀ ଭାବେ ସଲମାନ୍‌ ଖାନ୍‌ ଷ୍ଟାରର୍‌ ମୁଭି ‘ଦବଙ୍ଗ-୩’ରେ କାମ କରିବାକୁ ଯାଉଛନ୍ତି। ଅରହାନ୍‌ଙ୍କ ବୟସ ଏବେ ମାତ୍ର ୧୬ ବର୍ଷ। ସେ ଏତେ କମ୍‌ ବୟସରେ ଏକ ବିଗ୍‌ ବଜେଟ୍‌ ଫିଲ୍ମ ,ପୁଣି ପ୍ରଭୁଦେବାଙ୍କ ପରି ନିର୍ଦ୍ଦେଶକଙ୍କ ସହ କ୍ୟାରିଅର୍‌ ଆରମ୍ଭ କରୁଥିବାରୁ ଉଭୟ ଅରବାଜ୍‌ ଖାନ୍‌ ଓ ମଲ୍ଲାଇକା ଅରୋରା ଖୁବ୍‌ ଖୁସି ଅଛନ୍ତି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More