Only for Entertainment

ମଲାଇକା-ଅର୍ଜୁନଙ୍କ ବିବାହକୁ ନେଇ ପ୍ରଶ୍ନ କରିବାରୁ ରିପୋର୍ଟରଙ୍କୁ ଏହି ଜବାବ ହେଲେ ଅରବାଜ ଖାନ

Hindustan Times
83

ବଲିଉଡ୍‌ ଅଭିନେତା ଅର୍ଜୁନ କପୁର ତାଙ୍କଠାରୁ ଯଥେଷ୍ଟ ବଡ଼ ମଲାଇକା ଅରୋରାଙ୍କୁ ଅନେକ ଦିନ ହେବ ଡେଟ୍‌ କରୁଛନ୍ତି ବୋଲି ଶୁଣିବାକୁ ମିଳିଥିଲା। ଏବେ ହସ୍ତଗତ ହୋଇଥିବା ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ଏପ୍ରିଲ୍‌ ୧୯ ତାରିଖରେ ଉଭୟ ଉଭୟଙ୍କୁ ବିବାହ କରୁଛନ୍ତି। ତେବେ ଏ ନେଇ ଜଣେ ରିପୋର୍ଟର ଯେବେ ମଲାଇକାଙ୍କ ସ୍ୱାମୀ ଅର୍ବାଜ ଖାନଙ୍କୁ ପ୍ରଶ୍ନ କରିଥିଲେ ତାହାର ଏକଦମ ମଜାକିଆ ଉତ୍ତର ଦେଇଥିଲେ ଅରବାଜ। ମଲାଇକା ଓ ଅର୍ଜୁନ କପୁରଙ୍କ ସଂପର୍କ ନେଇ ଅରବାଜଙ୍କୁ ରିପୋର୍ଟର ପଚାରିଥିବା ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି, ‘ପାଜି, ବହୁତ ବୁଦ୍ଧିମାନର ପ୍ରଶ୍ନ ପଚାରିଲ। ବହୁତ ପରିଶ୍ରମ କରିଥିବ। ପୂରା ରାତି ଆପଣ ଏହି ପ୍ରଶ୍ନ ଉପରେ ବସିଥିବେ।’ ଏକ ବଡ଼ ହସର ସହ ଏପରି ପ୍ରତିକ୍ରିୟା ଦେଇଥିଲେ ଅରବାଜ।

 

View this post on Instagram

 

Repost @lnbolly Arbaaz reaction on Arjun and Malaikas marriage

A post shared by instabollywoodfc (@lnstabollywoodfc) on


ସେ ପୁଣି ଥରେ କହିଛନ୍ତି କି, ‘ଏପରି ଏକ ପ୍ରଶ୍ନ ପଚାରିବା ପୂର୍ବରୁ ଭାବିବା ପାଇଁ ତୁମେ ଏତେ ସମୟ ନେଲ। ମୋତେ ବି କିଛି ସମୟ ଦିଅ। ମୋତେ ବି ଭାବିବା ପାଇଁ କିଛି ସମୟ ଦରକାର। କାଲି କହିଲେ ଚଳିବ? ବୋଲି ପ୍ରଶ୍ନ କରିଛନ୍ତି ଅରବାଜ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More