Only for Entertainment

ବାବୁ ଆଇ ଲଭ ୟୁ ଫିଲ୍ମରୁ ଓଲିଉଡରେ ବାଜି ମାରିଥିଲେ ନାୟିକା ଅର୍ଚ୍ଚିତା !

youtube
0 75

ଓଲିଉଡର ଲୋକପ୍ରିୟ ନାୟିକା ଅର୍ଚ୍ଚିତାକେତେକ ନାୟକଙ୍କ ସହ ପ୍ରଥମ ସିନେମାରେ ବାଜି ମାରିଥିଲେ । ଆସନ୍ତୁ ଜାଣିବା ସେହି ଯୋଡିଙ୍କୁ …

ଚନ୍ଦନ-ଅର୍ଚ୍ଚିତା-‘ବାବୁ ଆଇ ଲଭ୍‌ ୟୁ’ ସିନେମାରେ ଏଦୁହେଁ ପ୍ରଥମ ଥର ଏକାଠି କାମ କରିଥିଲେ । ଏହି ସିନେମା ସୁପରହିଟ୍‌ ହୋଇଥିଲା।

ଅନୁଭବ- ଅର୍ଚ୍ଚିତା: ଏହି ଯୋଡିଙ୍କର ପ୍ରଥମ ସିନେମା ହେଲା ‘ ଧନରେ ରଖିବୁ ଶପଥ ମୋର’ । ଏହା ସୁପରହିଟ୍‌ ହେବା ପରେ ‘ ତୋ’ ବିନା ମୋ’ କାହାଣୀ ଅଧା’ ଓ ‘ ଆକାଶେ କି ରଙ୍ଗ ଲାଗିଲା ’ ଆଦି ଛବିରେ ଏକାଠି ଆସିଛନ୍ତି ଅନୁଭବ-ଅର୍ଚ୍ଚିତା ।


ସବ୍ୟସାଚୀ-ଅର୍ଚ୍ଚିତା: ସବ୍ୟସାଚୀ ‘ ପାଗଳ ପ୍ରେମୀ’ ରୁ ଓ ଅର୍ଚ୍ଚିତା ‘ ଓ ମାଇଁ ଲଭ୍‌’ ସିନେମାରୁ ଡେବ୍ୟୁ କରିଥିଲେ , ହେଲେ ପ୍ରଥମେ ଯୋଡ଼ି ହୋଇ ଆସିଥିଲେ ସଂଜୟ ନାୟକଙ୍କ ର୍ନିର୍ଦ୍ଦେଶିତ ‘ ମୁଁ ସପନର ସୌଦାଗର’ ସିନେମାରେ । ପ୍ରଥମ ସିନେମା ହିଟ୍‌ ହୋଇଥିଲା ଓ ପରେ ଏହି ଯୋଡ଼ି ବେଶ୍‌ କେତୋଟି ଫିଲ୍ମରେ ଏକାଠି ଆସିଛନ୍ତି |

ଅରିନ୍ଦମ୍‌-ଅର୍ଚ୍ଚିତା: ‘ ତୋ ପାଇଁ ନେବି ମୁଁ ଶହେ ଜନମ’ ଥିଲା ଅରିନ୍ଦମ୍‌-ଅର୍ଚ୍ଚିତା ଯୋଡ଼ିଙ୍କର ପ୍ରଥମ ସିନେମା । ଏହା ବକ୍ସ ଅଫିସରେ ସୁପରହିଟ୍‌ ହୋଇଥିଲା । ପରେ ଉଭୟଙ୍କୁ ‘ ମୁଁ ସପନର ସୌଦାଗର’ ‘ ରଜା ଝିଅ ସଙ୍ଗେ ହୋଇଗଲା ଭାବ’ ଓ ‘ ଶିବା ନଟ୍‌ ଆଉଟ୍‌’ ରେ ଦେଖିବାକୁ ମିଳିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More