Only for Entertainment

କମୁଛି ଅର୍ଚ୍ଚିତାଙ୍କ କ୍ରେଜ !

commons.wikimedia
0 56

ଓଲିଉଡର ଆଗଧାଡିର ନାୟିକା ଅର୍ଚ୍ଚିତାଙ୍କ ଅଭିନୀତ ସିନେମା ସଂଖ୍ୟା ହ୍ରାସ ପାଉଛି । ଏହା ଗତ ଚାରି ବର୍ଷ ହିସାବରୁ ସ୍ପଷ୍ଟ ହେଉଛି । ୨୦୦୫ରେ ରିଲିଜ ହୋଇଥିବା ପ୍ରଭାଂଶୁ ସାମନ୍ତରାୟଙ୍କ ପ୍ରଯୋଜିତ ତଥା ସଂଜୟ ନାୟକଙ୍କ ନର୍ଦ୍ଦେଶିତ ‘ଓ ମାଇଁ ଲଭ’ ସିନେମାରୁ ଓଲିଉଡରେ ନାୟିକା ଭାବେ କ୍ୟାରିୟର ଆରମ୍ଭ କରିଥିଲେ ଅର୍ଚ୍ଚିତା ।

‘ଓ ମାଇଁ ଲଭ’ ରିଲିଜ ହେବା ପରେ ତାଙ୍କ ପାଖକୁ ନିୟମିତ ଫିଲ୍ମର ଅଫର ଆସିଥିଲା । ୨୦୦୫ ରୁ ୨୦୧୭ ମଧ୍ୟରେ ତାଙ୍କୁ ଅଧିକାଂଶ ଫିଲ୍ମରେ ଦେଖିବାକୁ ମିଳିଛି । ହେଲେ ଆପଣ ଜାଣନ୍ତି କି ୩ ବର୍ଷ ଅର୍ଚ୍ଚିତାଙ୍କର କେବଳ ଗୋଟିଏ ସିନେମା ମୁକ୍ତିଲାଭ କରିଥିଲା ।

Archita-Sahu-beautiful-Photo

୨୦୦୫ ର ‘ଓ ମାଇଁ ଲଭ’ ପରେ ୨୦୧୪ରେ ପୁଣି ଅର୍ଚ୍ଚିତାଙ୍କର କେବଳ ଗୋଟିଏ ରିଲିଜ ହୋଇଥିଲା । ଏହା ହେଉଛି ‘ସ୍ମାଇଲ ପ୍ଲିଜ’ । ତେବେ ୨୦୧୫ରେ ମଧ୍ୟ ଅର୍ଚ୍ଚିତାଙ୍କର କେବଳ ଗୋଟିଏ ସିନେମା ରିଲିଜ ହୋଇଥିଲା । ଯେଉଁ ସିନେମାରେ ତାଙ୍କୁ ଦେଖିବାକୁ ମିଳିଥିଲା, ତାହା ହେଲା ପୂଜା ଭରାଲାୱାଲାଙ୍କ ପ୍ରଯୋଜିତ ତଥା ବସନ୍ତ ସାହୁଙ୍କ ନିର୍ଦ୍ଦେଶିତ ‘ପିଲାଟା ବିଗିଡି ଗଲା’ ଏଥିରେ ସବ୍ୟସାଚୀ-ଅର୍ଚ୍ଚିତା ଯୋଡିଙ୍କୁ ଦେଖିବାକୁ ପାଇଥିଲେ ଦର୍ଶକ । ଏହା ବକ୍ସ ଅଫିସରେ ସୁପର ହିଟ ମଧ୍ୟ ହୋଇଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More