Only for Entertainment

ଆପଣ ମଧ୍ୟ ପର୍ସରେ ରଖୁଛନ୍ତି ଏହି ଜିନିଷ?

Flipkart
31

ବାସ୍ତୁ ଅୁସାରେ ଅଧିକାଂଶ ବ୍ୟକ୍ତି ନିଜ ପର୍ସରେ କିଛି କିଛି ଜିନିଷ ରଖନ୍ତି । ତାହା ଭଗବାନଙ୍କର କୌଣସି ଫଟୋ ହେଉ ବା ଅନ୍ୟ କୌଣସି ବାସ୍ତୁ ଜିନିଷ ।

କିନ୍ତୁ କ’ଣ ଆପଣ ଜାଣନ୍ତି କି କେଉଁ ଫଟୋ ପର୍ସରେ ରଖିବା ପାଇଁ ଶୁଭ ଅଟେ । ଯଦି ଜାଣି ନାହାନ୍ତି, ତେବେ ଆସନ୍ତୁ ଜାଣିବା ରାଶି ଅନୁଯାୟୀ କେଉଁ ଫଟୋ ପର୍ସରେ ରଖିଲେ ଶୁଭଫଳ ପ୍ରାପ୍ତି ହୋଇଥାଏ ।

ମେଷ: ଏହି ରାଶିର ଲୋକେ ପର୍ସରେ ସର୍ଯ୍ୟ ଦେବତାଙ୍କ ଫଟୋ ରଖିବା ଉଚିତ୍ ।
ବୃଷ: ଏମାନେ ପର୍ସରେ ଭଗବାନ ଶିବଙ୍କ ଫଟୋ ରଖିଲେ ଶୁଭଫଳ ପ୍ରାପ୍ତି ହୋଇଥାଏ ।
ମିଥୁନ: ମିଥୁନ ରାଶିର ଲୋକ ପର୍ସରେ ନିଜ ମାତା-ପିତାଙ୍କ ଫଟା ରଖିବା ଉଚିତ୍ । କର୍କଟ: ଏହି ରାଶିର ଲୋକ ପର୍ସରେ ଫୁଲ ଫଟୋ ରଖିଲେ ଶୁଭ ହୋଇଥାଏ ।
ସିଂହ: ଏହି ରାଶିର ଲୋକ ନିଜ ପର୍ସରେ କୃଷ୍ଣଙ୍କ ଫଟୋ ରଖିବା ଉଚିତ୍ ।
କନ୍ୟା: କନ୍ୟା ରାଶିର ଲୋକ ପର୍ସରେ ବହି ଯାଉଥିବା ପାଣିର ଫଟୋ ରଖିବା ଉଚିତ୍ ।
ତୁଳା: ଏମାନଙ୍କୁ ପର୍ସରେ ରାଧା-କୃଷ୍ଣଙ୍କ ଫଟୋ ରଖିବାକୁ ପରାମର୍ଶ ଦିଆଯାଏ ।
ବିଚ୍ଛା: ଏମାନେ ପର୍ସରେ ଭଗବାନ ଶିବଙ୍କ ପରିବାର ଫଟୋ ରଖିବା ଉଚିତ୍ ।
ଧନୁ: ଏମାନଙ୍କ ପାଇଁ ପର୍ସରେ ମା’ ଲକ୍ଷ୍ମୀଙ୍କ ଫଟୋ ରଖିବା ଶୁଭ ଅଟେ ।
ମକର: ଏହି ରାଶିର ଲୋକେ ପର୍ସରେ ପତି-ପତ୍ନୀଙ୍କ ଫଟୋ ରଖିବା ଉଚିତ୍ ।
କୁମ୍ଭ: ଏହି ରାଶିର ଲୋକେ ପର୍ସରେ ନିଜ ଗୁରୁଙ୍କ ଫଟୋ ରଖିବା ଉଚିତ୍ ।
ମୀନ: ଏହି ରାଶିର ଲୋକଙ୍କ ପାଇଁ ପର୍ସରେ ଚନ୍ଦ୍ରମା ଙ୍କ ଫଟୋ ରଖିବା ଉଚିତ୍ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More