Only for Entertainment

ଆପଣ ମଧ୍ୟ ଶୀତଦିନେ ଗରମ ପାଣିରେ କେଶ ଧୋଉଛନ୍ତି କି?ଜାଣନ୍ତୁ କ’ଣ ହୁଏ ।

Plumber To The Rescue
35

ଶୀତ ଋତୁ ଆରମ୍ଭ ହୋଇଯାଇଛି । ଏହି ଋତୁରେ ଲୋକେ ଗରମ ପାଣିର ବ୍ୟବହାର ଅଧିକ କରିଥାଆନ୍ତି । କିଛି ଲୋକ ନିୟମିତ ଗରମ ପାଣିରେ ଗାଧୋଇବାକୁ ଅଧିକ ପସନ୍ଦ କରିଥାଆନ୍ତି । ଏହା ସହ କେଶକୁ ମଧ୍ୟ ଗରମ ପାଣିରେ ଧୋଇ ଥାଆନ୍ତି । ହେଲେ ଗରମ ପାଣିରେ କେଶ ଧୋଇବା, କେଶ ପାଇଁ ଉପକାରୀ ବା ଅପକାରୀ ତାହା ସମସ୍ତଙ୍କୁ ଜଣାନଥାଏ । ତେବେ ଆସନ୍ତୁ ଜାଣିବା ଗରମ ବା ଥଣ୍ଡା ପାଣି କେଉଁଟା କେଶ ପାଇଁ ଉପକାରୀ ।

ଗରମ ପାଣି: ଗରମ ପାଣିରେ କେଶ ଧୋଇବା ଦ୍ବାରା କେଶ ମୂଳର ଛିଦ୍ରତା (Scalp pores) ଖୋଲି ଯାଇଥାଏ । ହେଲେ ଅଧିକ ଗରମ ପାଣି ବ୍ୟବହାର କରିବା ଦ୍ବାରା କେଶ ଶୁଷ୍କ ହେବା ସହ ରୂପି ସମସ୍ୟା ସୃଷ୍ଟି ହୋଇଥିାଏ । ଏହା ସହ କେଶ ଝଡିବା ଭଳି ସମସ୍ୟା ମଧ୍ୟ ଆରମ୍ଭ ହୋଇଥାଏ । ଯଦି ଆପଣ କେଶରେ ରଙ୍ଗ କରୁଥାଆନ୍ତି ତେବେ ଅଧିକ ଗରମ ପାଣିରେ କେଶ ଧୁଅନ୍ତୁ ନହିଁ । ଏହା ଦ୍ବାରା ସମୟ ପୂର୍ବରୁ ରଙ୍ଗ ଛାଡି ଯିବାର ଆଶଙ୍କା ଥାଏ ।

ଥଣ୍ଡାପାଣି: ଥଣ୍ଡାପାଣି କେଶ ଧୋଇବା ଦ୍ବାରା କେଶ ସୁନ୍ଦର ଓ ନମନୟ ହୋଇଥାଏ । ଯଦି ଆପଣ କଣ୍ଡିସନର ବ୍ୟବହାର କରୁଛନ୍ତି ତେବେ ଥଣ୍ଡା ପାଣିରେ କେଶ ଧୁଅନ୍ତୁ । ଏହା ଦ୍ବାରା କଣ୍ତିସନର ପ୍ରଭାବ ଉତ୍ତମ ରହିଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More