Only for Entertainment

ବର୍ଷକ ମଧ୍ୟରେ ହୋଇଥିଲା ଅରିଜିତଙ୍କ ପ୍ରଥମ ବିବାହ ବିଚ୍ଛେଦ, ଲୁଚାଛପା ଭାବେ କରିଥିଲେ ଦ୍ୱିତୀୟ ବିବାହ

DNA India
0 38

ବଲିଉଡକୁ ବ୍ୟାକ ଟୁ ବ୍ୟାକ ହିଟ ଗୀତ ଦେଇ ଫେମସ ହୋଇଥିବା ପ୍ଲେ ବ୍ୟାକ ସିଙ୍ଗର ଅରିଜିତ ସିଂ ଆଜି ନିଜର ୩୧ ତମ ଜନ୍ମଦିନ ପାଳନ କରୁଛନ୍ତି । ପଶ୍ଚିମ ବଙ୍ଗର ଜିୟାଗଞ୍ଜ ମୁର୍ଶୀୁଦାବାଦରେ ୨୫ ଏପ୍ରିଲରେ ଅରିଜିତ ସିଂଙ୍କ ଜନ୍ମ ହୋଇଥିଲା । ତାଙ୍କ ପିତା ପଂଜାବୀ ଏବଂ ମା’ ବଙ୍ଗାଳୀ । ତାଙ୍କର ମ୍ୟୁଜିକ ଟ୍ରେନିଂ ନିଜ ପରିବାରରୁ ହିଁ ଆରମ୍ଭ ହୋଇଥିଲା ।

ଅରିଜିତଙ୍କୁ ରିୟଲିଟି ଶୋ’ ଗୁରୁକୁଳରୁ ହିଁ ପରିଚୟ ମିଳିଥିଲା । ଏହାପରେ ସେ ଶଙ୍କର-ଏହସାନ-ଲୟ ଏବଂ ବିଶାଳ- ସେଖରଙ୍କ ସହିତ ଆସିଷ୍ଟାଣ୍ଟ ମ୍ୟୁଜିକ ପୋଗ୍ରାମର ଭାବେ କାମ କରିଥିଲେ । ଫିଲ୍ମ ‘ଆଶିକି-୨’ ଗୀତ ‘ତୁମ ହି ହୋ’ରୁ ରାତାରାତି ଫେମସ ହୋଇଥିଲେ ଏହା ପରେ ସେ ପଛକୁ ଫେରି ଚାହିଁନାହାଁନ୍ତି । ବର୍ତ୍ତମାନ ଶୁଦ୍ଧା ସେ ୨୦୦ରୁ ଅଧିକ ଫିଲ୍ମରେ ସେ ନିଜର କଣ୍ଠଦାନ କରିସାରିଛନ୍ତି । ତେବେ ଅରିଜିତଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ତାଙ୍କ ପ୍ରଶଂସକ ଖୁବ କମ ଜାଣିଥିବେ । ଅରିଜିତ ଦୁଇଟି ବିବାହ କରିଛନ୍ତି ବୋଲି ଖୁବ କମ ଲୋକଙ୍କୁ ଜଣାଥିବ । ପ୍ରଥମ ପତ୍ନୀଙ୍କ ସହିତ ବିବାହ ବିଚ୍ଛେଦ ପରେ ସେ ଗୋଟିଏ ଛୁଆର ମା’ କୋୟଲଙ୍କୁ ଦ୍ୱିତୀୟ ବିବାହ କରିଥିଲେ ।

arijit-bday3_1524640664

ଅରିଜିତ ୨୦୧୩ରେ ତାଙ୍କର ସହ- ପ୍ରତିଯୋଗୀ କୋୟଲ ସିଂଙ୍କୁ ପ୍ରଥମେ ବିବାହ କରିଥିଲେ । କିନ୍ତୁ ଏହି ବିବାହ ଲମ୍ବା ସମୟ ରହିପାରିଲା ନାହିଁ । ସେହି ବର୍ଷ ଦୁହିଁଙ୍କ ବିଚ୍ଛେଦ ମଧ୍ୟ ହୋଇଯାଇଥିଲା । ସେ ଏହି ବିବାହ ବିଷୟରେ କାହାକୁ ଜଣାଇନଥିଲେ । ଏହପରେ ଅରିଜିତ ନିଜର ପିଲାଦିନର ବାନ୍ଧବୀ କୋୟଲ ରାୟଙ୍କୁ ୨୦୧୪ରେ ଲୁଚାଛପା ଭାବେ ବିବାହ କରିଥିଲେ । କୋୟଲ ରାୟଙ୍କର ମଧ୍ୟ ଏହା ଦ୍ୱିତୀୟ ବିବାହ ଥିଲା । ଏବଂ ପ୍ରଥମ ପତିଙ୍କଠାରୁ ତାଙ୍କର ଏକ ସନ୍ତାନ ମଧ୍ୟ ଥିଲା । ଅରିଜିତ ଲମ୍ବା ସମୟ ବ୍ୟବଧାନ ପରେ ସୋସିଆଲ ମିଡିଆରେ ଫଟୋ ସେୟାର କରି ବିବାହ ବିଷୟରେ ସୂଚନା ଦେଇଥିଲେ ।

Arijit-Singh-Latest-Images

ଅରିଜିତଙ୍କର ଅନେକ କଣ୍ଟ୍ରୋଭର୍ସି ସହିତ ମଧ୍ୟ ସମ୍ପର୍କ ରହିଛି । ୨୦୧୩ରେ ଏକ ସାକ୍ଷାତକାରରେ ରିପୋର୍ଟର ଉପରେ ବର୍ଷିବାରୁ ତାଙ୍କୁ ଗିରଫ କରାଯାଇଥିଲା । ୨୦୧୫ରେ ଗ୍ୟାଙ୍ଗଷ୍ଟାର ରବି ପୁଜାରୀ ୫ କୋଟି ପାଇଁ ତାଙ୍କୁ ଧମକ ମଧ୍ୟ ଦେଇଥିଲେ । ଏହା ସହିତ ବଲିଉଡ ଦବଙ୍ଗ ଖାନଙ୍କ ସହିତ ମଧ୍ୟ ତାଙ୍କର ବିବାଦ ଲାଗି ରହିଛି । ଖବର ଅନୁସାରେ ଅରିଜିତ ସଲମାନ ଖାନଙ୍କ ହୋଷ୍ଟିଂକୁ ନେଇ କିଛି ମନ୍ତବ୍ୟ ହେଇଥିଲେ । ଏହା ପରଠାରୁ ସଲମାନ ଅରିଜିତଙ୍କ ଉପରେ ଖପ୍ପା ଅଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More