Only for Entertainment

ପ୍ରଥମଥର ପାଇଁ ଏହି ଅଭିନେତ୍ରୀଙ୍କ ସହିତ ସ୍କ୍ରିନ ସେୟାର କରିବେ ଅରିନ୍ଦମ, ଜାଣନ୍ତୁ କ’ଣ ରହିଛି ଫିଲ୍ମର ଟାଇଟଲ

facebook pic of arindam
98

ଶିଶୁ କଳାକାରରୁ ନାୟିକା ବନିଥିବା ଶିବାନୀଙ୍କୁ ମିଳିଛି, ଆଉ ଏକ ନୂଆ ସିନେମା । ଏହି ସିନେମାରେ ତାଙ୍କୁ ବାବୁସାନ ଓ ଅନୁଭବଙ୍କ ପରେ ଆଉ ଜଣେ ଲୋକପ୍ରିୟ ନାୟକଙ୍କ ସାଥ୍ ମିଳିଛି । ଏହି ନାୟକ ଜଣକ ହେଲେ ଅରିନ୍ଦମ । ଏଠାରେ ଯେଉଁ ସିନେମାର କଥା କୁହାଯାଉଛି, ତା’ର ଟାଇଟଲ୍ ରହିଛି ‘ଭାଇ’ । ଏଥିରେ ପ୍ରଥମ ଥର ପାଇଁ ଦର୍ଶକ ଅରିନ୍ଦମ-ଶିବାନୀଙ୍କ ଯୋଡ଼ିକୁ ଦେଖିବାକୁ ପାଇବେ ପରଦା ଉପରେ ‘ଭାଇ’ର ନିର୍ଦ୍ଦେଶନା ଦେଉଛନ୍ତି ଜଣାଶୁଣା ନିର୍ଦ୍ଦେଶକ ତାପସ ସରଘରିଆ । ଏଥିରେ ଟାଇଟଲ୍ ରୋଲରେ ଅଛନ୍ତି ବରିଷ୍ଠ ଅଭିନେତା ମିହିର ଦାସ । ଏହି ଫିଲ୍ମରେ ସଂଳାପ ଲେଖିଛନ୍ତି ଦେବୀଦତ୍ତ ମହାନ୍ତି ଓ ସନ୍ତୋଷ ନାରାୟଣ ଦାଶ । ମଳୟ ମିଶ୍ର ଏହାର ସଙ୍ଗୀତ ନିର୍ଦ୍ଦେଶକ ।

 

ଓଲିଉଡ ପରଦାରେ ବେଶ୍ କିଛି ମାସ ହେବ ନାୟକ ଅରିନ୍ଦମଙ୍କୁ କୌଣସି ଫିଲ୍ମରେ ଦେଖିବାକୁ ମିଳିନାହିଁ । ଚଳିତ ବର୍ଷ ଏ ଯାଏଁ ତାଙ୍କର ଗୋଟିଏ ବି ସିନେମା ରିଲିଜ୍ ହୋଇନାହିଁ । ତାଙ୍କ ଅଭିନୀତ ତଥା ମୁକ୍ତି ପ୍ରତୀକ୍ଷିତ ଶେଷ ଓଡ଼ିଆ ସିନେମା ହେଲା ‘ଇଶ୍କ ପୁଣି ଥରେ’ । ଗତ ବର୍ଷ ଗଣେଶ ପୂଜା ଅବସରରେ ମୁକ୍ତିଲାଭ କରିଥିବା ଏହି ସିନେମାରେ ଅରିନ୍ଦମଙ୍କ ବିପକ୍ଷରେ ନାୟିକା ବନିଥିଲେ ଏଲିନା ।

shivani

ଶିବାନୀଙ୍କର ଇତିମଧ୍ୟରେ ଦୁଇଟି ଓଡ଼ିଆ ସିନେମା ରିଲିଜ୍ ହୋଇସାରିଛି । ନାୟିକା ଭାବେ ଶିବାନୀଙ୍କ ପ୍ରଥମ ଓଡ଼ିଆ ଛବି ହେଲା ‘ସିଷ୍ଟର ଶ୍ରୀଦେବୀ’ । ଏଥିରେ ବାବୁସାନଙ୍କ ବିପକ୍ଷରେ ନାୟିକା ଭୂମିକାରେ ନଜର ଆସିଥିଲେ ଶିବାନୀ । ଏହା ପରେ ଶିବାନୀଙ୍କୁ ଅନୁଭବଙ୍କ ବିପକ୍ଷରେ ଦେଖିବାକୁ ମିଳିଥିଲା । ଫିଲ୍ମ ‘ପ୍ରେମ କୁମାର’ ପରେ ଏବେ ଶିବାନୀଙ୍କର ଅନ୍ୟ ଏକ ସିନେମା ରିଲିଜ୍ ଅପେକ୍ଷାରେ ରହିଛି । ଏହାର ଟାଇଟଲ୍ ହେଲା ‘ଦିଲ୍ ମୋର ମାନେନା’ । ଏହି ରୋମାଣ୍ଟିକ ଫିଲ୍ମରେ ଶିବାନୀ ୟଙ୍ଗ ସେନସେସନ୍ ସ୍ୱରାଜଙ୍କ ଅପୋଜିଟରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More