Only for Entertainment

ଶ୍ରୀ ଜଗନ୍ନାଥଙ୍କ ଛପନ ଭୋଗ ମଧ୍ୟରୁ ଏକ ଆରିସା ପିଠା, ଜାଣନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ

google
164

ଆବଶ୍ୟକ ସାମଗ୍ରୀ:

ଅରୁଆ ଚାଉଳ- ୨୫୦ ଗ୍ରାମ

ଗୁଡ- ୨୫୦ ଗ୍ରାମ

ପାଣି ଦେଢ କପ

ଚୋପା ଛଡା ରାଶି-୫୦ ଗ୍ରାମ

ଛଣିବା ପାଇଁ ରିଫାଇନ ତେଲ କିମ୍ବା ଡାଲଡା ଘିଅ

ପ୍ରସ୍ତୁତି ପ୍ରଣାଳୀ:  

ଅରୁଆ ଚାଉଳକୁ ୧ ଘଣ୍ଟା ପାଣିରେ ବତୁରାନ୍ତୁ। ଚାଉଳ ବୁଡିଗଲେ ଚାଉଳକୁ ଭଲଭାବରେ ଧୋଇ ପାଣିରୁ ଛାଣି ଶୁଖାଇ ଦିଅନ୍ତୁ । ଚାଉଳକୁ ଗୁଣ୍ଡ କରି ଚଲାରେ ଚଲାଇ ରଖନ୍ତୁ । ଚୁଲିରେ କଡ଼ାଇ ବସାଇ ଦେଢ କପ ପାଣି ଦିଅନ୍ତୁ । ପାଣି ଫୁଟି ଗଲେ ସେଥିରେ ଗୁଡ ପକାନ୍ତୁ। ଗୁଡ ପକାଇ ଭଲ ଭାବରେ ୧୦ ରୁ ୧୫ ମିନିଟ ପର୍ଯ୍ୟନ୍ତ ଘାଣ୍ଟନ୍ତୁ । ଗୁଡ ବହଳିଆ ହୋଇଆସିଲେ ଗୋଟିଏ ପାତ୍ର ଅଳ୍ପ ଥଣ୍ଡା ପାଣି ନିଅନ୍ତୁ । ଫୁଟୁଥିବା ଗୁଡକୁ ବୁନ୍ଦା ବୁନ୍ଦା କରି ପାଣିରେ ପକାନ୍ତୁ । ପାଣି ତଳେ ଯଦି ଗୁଡ ବୁନ୍ଦା ଗୁଡିକ ବସିଯାଏ ତା’ହେଲେ ଗୁଡ ପାଗ ହୋଇଗଲାଣି ବୋଲି ଜାଣିବେ।

ବର୍ତ୍ତମାନ ପୂର୍ବରୁ ଗୁଣ୍ଡ କରି ରଖିଥିବା ଚାଉଳକୁ ଧିରେ ଧିରେ ଗୁଡ ଫୁଟୁଥିବା ଅବସ୍ଥାରେ ପକାଇ ଭଲ ଭାବରେ ଘାଣ୍ଟନ୍ତୁ । ଚାଉଳ ଭଲଭାବରେ ଗୁଡାରେ ମିଶିଗଲେ ଚୁଲିରୁ ଓହ୍ଲାଇ ଜନ୍ତଣିକୁ ପ୍ଳେଟରେ କାଢି ଥଣ୍ଡା କରନ୍ତୁ। ଏକ କଡ଼ାଇରେ ରିଫାଇନ ତେଲ କିମ୍ବା ଡାଲଡା ଘିଅ ଦିଅନ୍ତୁ। ଜନ୍ତଣିକୁ ଛୋଟ ଛୋଟ ଗୁଳା କରି ହାତରେ ପୁରୀ ଆକାରରେ ଗଢି ରାଶି ଉପରେ ଗଡାଇ ତେଲରେ ପକାଇ ଲାଲ ହେବା ପର୍ଯ୍ୟନ୍ତ ଛାଣନ୍ତୁ । କଡ଼ାଇରୁ କାଢି ଥଣ୍ଡା କରି ପରିବେଷଣ କରନ୍ତୁ ଆରିସା ପିଠା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More