Only for Entertainment

ବର୍ଥଡେ’ର ଗୋଟେ ଦିନ ପୁର୍ବରୁ ଅର୍ଜୁନଙ୍କ ସହ ହାତରେ ହାତ ଛନ୍ଦି ନଜର ଆସିଲେ ମଲାଇକା, ଭିଡିଓ ଭାଇରାଲ !

amarujala
44

ଆଜି ମଲାଇକା ନିଜର ୪୫ତମ ଜନ୍ମଦିନ ପାଳନ କରୁଛନ୍ତି । ବର୍ଥଡେ’ର ଠିକ ଗୋଟେ ଦିନ ପୁର୍ବରୁ ମଲାଇକା ଅର୍ଜୁନ କପୁରଙ୍କ ସହ ନଜର ଆସିଥିଲେ । ଅସଲରେ ଅର୍ଜୁନ ନିଜ ଫିଲ୍ମ ନମସ୍ତେ ଇଂଲଣ୍ଡ’ର ପ୍ରମୋଶନ ପାଇଁ କଲର୍ସ ଚ୍ୟାନେଲ ଶୋ’ ‘ଇଣ୍ଡିଆଜ ଗଟ ଟ୍ୟାଲେଂଟ’ରେ ପହଂଚିଥିଲେ ।

ଦୁହିଁଙ୍କୁ ହାତରେ ହାତ ଛନ୍ଦି ଯିବାର ଦେଖିବାକୁ ମିଳିଥିଲା । ଦୁହିଁଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏଥିରେ ଅର୍ଜୁନ କପୂର, ମଲାଇକାଙ୍କ ହାତ ଧରି ତାଙ୍କୁ ଷ୍ଟେଜ ଉପରକୁ ନେଇ ଯାଉଥିବାର ଦେଖିବାକୁ ମିଳିଥିଲା । ଏହାପରେ ସେ ଜଣେ ପ୍ରତିଯୋଗୀଙ୍କ ସହ ‘ବିଟ ପେ ବୁଟି’ ଗୀତରେ ନାଚିଥିଲେ ।

ଏଠାରେ ଆମେ କହି ରଖୁଛୁ ଯେ ଏହି ଶୋ’କୁ ମଲାଇକା,କିରଣ ଖେର ଏବଂ କରଣ ଜୋହର ଜଜ କରୁଛନ୍ତି । ଏହି ଶୋ’ର ସିଜନ ୨୦ଅକ୍ଟୋବରକୁ ଟିଭିରେ ପ୍ରସାରିତ ହୋଇଥିଲା । ଏଠାରେ ଆମେ କହି ରଖୁଛୁ ଯେ ଏହାପୂର୍ବରୁ ମଧ୍ୟ ମଲାଇକା ଏବଂ ଅର୍ଜୁନଙ୍କୁ ଅନେକ ସ୍ଥାନରେ ଏକାଠି ଦେଖିବାକୁ ମିଳିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More