Only for Entertainment

ଫିଲ୍ମ ରିଲିଜ ହେବା ପୂର୍ବରୁ ପରଦାକୁ ଆସିଲା ନମସ୍ତେ ଇଂଲଣ୍ଡର ଆଉ ଏକ ନୂଆ ଗୀତ !

42

ରିଲିଜ ଅପେକ୍ଷାରେ ଥିବା ନମସ୍ତେ ଇଂଲଣ୍ଡର ଆଉ ଏକ ନୂଆ ଗୀତ ଏବେ ଦର୍ଶକଙ୍କ ପାଖରେ ପହଁଚିିଛି ।ଫିଲ୍ମର ଲିଡ ଷ୍ଟାର ଅର୍ଜୁନ ଓ ପରୀଣିତି ଚୋପ୍ରାଙ୍କ ଇମୋସନାଲ ଟ୍ରାକକୁ ନେଇ ପ୍ରସ୍ତୁତ ହୋଇଛି ଏହି ଗୀତ ।ଯାହାର ଟାଇଟେଲ ରହିଛି ତୁ ମେରିି,ମେରା ତେରା ।ଗୀତରେ ଶୁଣିବାକୁ ମିଳିଛି ରାହତ ଫତେ ଅଲ୍ଲୀ ଖାନଙ୍କ ସହ ସେହି ମନଛୁଆଁ ସୁଫିଆନା ଗାୟିକି । ଗୀତର କିଛି ଭାଗରେ ରହିଛି ସଦାବ ଫରିଦି ଓ ଅଲତାମାସ ଫରିଦିଙ୍କ ଆୱାଜ ।

ଜାବେଦ ଅଖତରଙ୍କ ଗୀତକୁ ସଂଗୀତରେ ସଜାଇଛନ୍ତି ମନାନ ଶାହା ।ନମସ୍ତେ ଲଣ୍ଡନର ସିକ୍ୱେଲ ଭାବେ ନିର୍ମାଣ ହୋଇଛି ନମସ୍ତେ ଇଂଲଣ୍ଡ ।ଯେଉଁଥିରେ ଇସ୍କଜାଦେ ଯୋଡି ଅର୍ଜୁନ କପୁର ଓ ପରିଣୀତି ଚୋପ୍ରାଙ୍କ ମୁଖ୍ୟ ଭୂମିକାରେ ଅଭିନୟ ରହିଛି ।ଅକ୍ଟୋବର ୧୯ରେ ରିଲିଜ ହେବ ନମସ୍ତେ ଇଂଲଣ୍ଡ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More