Only for Entertainment

‘ନମସ୍ତେ ଇଂଲଣ୍ଡ’ର ପୋଷ୍ଟରରେ ଦେଖିବାକୁ ମିଳିଲା ଭାରତର ଭୁଲ ମାନଚିତ୍ର, ୟୁଜର୍ସ ଟ୍ରୋଲ କରିବାରୁ ଜାରିକଲେ ନୂଆ ପୋଷ୍ଟର ।

Amar Ujala
0 70

ଆଜି ଆମ ଦେଶ ୭୨ତମ ସ୍ୱାଧିନତା ଦିବସ ପାଳନ କରୁଛି । ସ୍ୱାଧିନତା ଦିବସ ଅବସରରେ ଦୁଇ ଦୁଇଟି ବଲିଉଡ ଫିଲ୍ମ ରିଲିଜ ହୋଇଥିବା ବେଳେ ଅନେକ ଫିଲ୍ମର ପୋଷ୍ଟର ଜାରି କରାଯାଇଛି । ଏଥିମଧ୍ୟରୁ ଗୋଟିଏ ପୋଷ୍ଟର ହେଉଛି ପରିଣୀତି ଚୋପ୍ରା ଏବଂ ଅର୍ଜୁନ କପୁରଙ୍କ ଫିଲ୍ମ ‘ନମସ୍ତେ ଇଂଲଣ୍ଡ’ର । କିନ୍ତୁ ଏହି ପୋଷ୍ଟରରେ ବହୁତ ବଡ ଭୁଲ ଦେଖିବାକୁ ମିଳିଛି ।

ଫିଲ୍ମର ପୋଷ୍ଟରରେ ଭରତର ଭୁଲ ମାନଚିତ୍ର ଦେଖିବାକୁ ମିଳିଛି । ଫିଲ୍ମର ଏହି ପୋଷ୍ଟରରେ ଜାମ୍ମୁ କାଶ୍ମୀରରେ ଚିନ ପଟ ଅଂଶ ନଥିବା ଦେଖିବାକୁ ମିଳିଥିଲା । ଏହାକୁ ଦେଖି ୟୁଜର୍ସ ଟ୍ରୋଲ କରିବା ଆରମ୍ଭ କରି ଦେଇଥିଲେ । ଏହାପରେ ମେକର୍ସ ନିଜ ଭୁଲକୁ ସୁଧାରି ପ୍ରଥମ ପୋଷ୍ଟରକୁ ଡିଲିଜ କରି ନୂଆ ପୋଷ୍ଟର ଜାରି କରିଥିଲେ ।


କହିରଖୁଛୁ ଯେ ଭାରତୀୟ କାନୁନ ଅନୁସାରେ, ଭାରତର ଭୁଲ ମାନଚିତ୍ର ବନାଇବା କିମ୍ବା ଦେଖାଇବା ଦ୍ୱାରା ଏହା ନ୍ୟାସନାଲ ମ୍ୟାପ ପଲିସି (୨୦୦୫)ର ଉଲ୍ଲଙ୍ଘନ । ଏହା ବ୍ୟତିତ ଏହା କ୍ରିମିନାଲ ଲ ଅମ୍ବେଡମେଣ୍ଟ ଆକ୍ଟ ୧୯୬୧ରେ ଦଣ୍ଡନୀୟ ଅପରାଧ । ଅକ୍ସାଇ ଚିନକୁ ନେଇ ଭାରତ ଏବଂ ଚୀନ ମଧ୍ୟରେ ବିବାଦ ଲାଗିରହିଛି । ୧୯୬୨ ଲଢେଇ ପରେ ଏହି ସ୍ଥାନରେ ଚିନ ଅବୈଧ କବ୍ଚା କରି ରହିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More