Only for Entertainment

ଦୀର୍ଘ ୬ବର୍ଷ ପରେ ପୁଣି ଥରେ ପରଦାରେ ଦେଖିବାକୁ ମିଳିବେ ଏହି ଇସକଜାଦେ ଯୋଡି !

bookmyshow
0 67

ଶ୍ରୀଦେବୀଙ୍କ ପରଲୋକ ବୋନି କପୁର ଏବଂ ପୁରା ପରିବାରକୁ ଭାଙ୍ଗି ଦେଇଥିବାବେଳେ, ବାପାଙ୍କ ପାଖରେ ସାହସର ସହ ଛିଡା ହୋଇଥିଲେ ପୁଅ ଅର୍ଜୁନ କପୁର । ନିଜ ପୁଅ ହେବା କର୍ତ୍ତବ୍ୟ ତୁଲାଇବା ପରେ ଅର୍ଜୁନ କପୁର୍ ଏବେ ପୁଣିଥରେ ବ୍ୟସ୍ତ ହୋଇ ଯାଇଛନ୍ତି ଆଗାମୀ ଫିଲ୍ମର ସୁଟିଂରେ । ଅଭିନେତା ଅର୍ଜୁନ କପୁର ଏବେ ଅମୃତସରରେ ନିଜ ଆଗାମୀ ଫିଲ୍ମ ନମସ୍ତେ ଇଂଲଣ୍ଡର ସୁଟିଂରେ ବ୍ୟସ୍ତ ଅଛନ୍ତି । ଆଉ ସୁଟିଂ ସେଟରୁ ଲିକ ହୋଇଛି ଅର୍ଜୁନଙ୍କ କିଛି ଏକ୍ସକ୍ଲ୍ୟୁସିଭ୍ ଝଲକ ।

ଫିଲ୍ମରେ ଲିଡରୋଲରେ ଅଭିନୟ କରୁଛନ୍ତି ଇସକଜାଦେ ଯୋଡି ଅର୍ଜୁନ କପୁର୍ ଓ ପରିଣୀତି ଚୋପ୍ରା । ଆଉ ଏବେ ଫିଲ୍ମର ସୁଟିଂ ସେଟରୁ ଏକ ଭିଡିଓ ହୋଇଛି ଲିକ୍ । ଭିଡିଓରେ ଅମୃତସରର ଏକ ଭିଡ ଗଳିରେ ବାଇକ ଚଳେଇବାରେ ନଜର ଆସିଛନ୍ତି ଅଭିନେତା ଅର୍ଜୁନ କପୁର । ଆଖିରେ ଗଗଲ୍ ଆଉ ବଡିରେ ଲେଦର୍ ଜ୍ୟାକେଟ୍ । କିଛି ଏଭଳି ଟସନ୍ ଲୁକରେ ଦେଖିବାକୁ ମିଳିଛି ଅର୍ଜୁନଙ୍କୁ ଏହି ଭିଡିଓରେ । ଫିଲ୍ମରେ ଅର୍ଜୁନ ବିପକ୍ଷରେ ନାୟିକା ଭାବେ ନଜର ଆସିବେ ତାଙ୍କ ଡେବ୍ୟୁ ଫିଲ୍ମର ନାୟିକା ପରିଣୀତି ଚୋପ୍ରା । କିଛି ଦିନ ପୂର୍ବରୁ ଏହି ଆଗାମି ଫିଲ୍ମର ପୋଷ୍ଟର୍ ରିଲିଜ୍ କରାଯାଇଥିବାବେଳେ ଏବେ ଅମୃତସରେ ଫିଲ୍ମର ପ୍ରଥମ ଭାଗ ସୁଟିଂ ଜୋର୍ସୋରରେ ଆଗେଇ ଚାଲିଛି । ନିଜର ଏହି ଆଗାମୀ ଫିଲ୍ମକୁ ନେଇ ବେଶ୍ ଏକ୍ସାଇଟେଡ୍ ଅଛନ୍ତି ଅଭିନେତା ଅର୍ଜୁନ ।

ନିର୍ଦ୍ଦେଶକ ବିପୁଲ୍ ଅମୃତଲାଲ୍ ଶାହ ନିଜର ଏହି ଆଗାମୀ ଫିଲ୍ମ ପାଇଁ ଇଶକଜାଦେର ଯୋଡିଙ୍କୁ ବାଛିଛନ୍ତି । ଅର୍ଜୁନ ଓ ପରିଣୀତିଙ୍କ ଯୋଡି ପୂର୍ବରୁ ଇଶକ୍ଜାଦେରେ ବେଶ୍ କମାଲ୍ ଦେଖାଇଥିଲା । ୨୦୧୨ରେ ଏହି ଫିଲ୍ମଟି ଆସିଥିଲା ପରଦାକୁ । ଦୁହେଁ ଏହି ଫିଲ୍ମ ଜରିଆରେ ବଲିଉଡ୍ରେ ନିଜର କ୍ୟାରିୟର୍ ଆରମ୍ଭ କରିଥିଲେ । ଫିଲ୍ମରେ ଉଭୟ ଅର୍ଜୁନ ଓ ପରିଣୀତିଙ୍କ ଅଭିନୟକୁ ସଭିଁଏ ବେଶ ପ୍ରଶଂସା କରିଥିଲେ । ଆଉ ଏବେ ୬ ବର୍ଷ ପରେ ପୁଣିଥରେ ଏକାଠି ହୋଇଛନ୍ତି ଏହି ରୋମାଂଟିକ୍ ଯୋଡି । ନିର୍ଦ୍ଦେଶକ ବିପୁଲ୍ ଶାହ ଏମାନଙ୍କୁ ନେଇ ପ୍ରସ୍ତୁତ କରୁଛନ୍ତି ନମସ୍ତେ ଇଂଲଣ୍ଡ ।

ଫିଲ୍ମର ପ୍ରଥମ ଭାଗ ସୁଟିଂ ଅମୃତସରରେ ଶେଷ ହେବା ପରେ ଦ୍ୱିତୀୟ ଭାଗ ସୁଟିଂ ଇଂଲଣ୍ଡରରେ କରାଯିବାର ଯୋଜନା ରହିଛି । ଏହି ଫିଲ୍ମଟି ଅକ୍ଷୟ କୁମାର୍ ଓ କ୍ୟାଟ୍ରିନା କୈଫଙ୍କ ଅଭିନୀତ ଫିଲ୍ମ ନମସ୍ତେ ଲଣ୍ଡନର ସିକ୍ୱେଲ୍ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More