Only for Entertainment

ପ୍ୟାରିସରେ ରୋମାନ୍ସ କରୁଛନ୍ତି ଅର୍ଜୁନ – ପରିଣୀତି, ଏଫିଲ୍ ଟାୱାର ଆଗରେ କ୍ୟାମେରାରେ ହେଲେ କଏଦ

Latestly
0 61

ପ୍ରେମର ସହର ପ୍ୟାରିସରେ ରୋମାନ୍ସରେ ବ୍ୟସ୍ତ ବଲିଉଡ୍ ଇସକଜାଦେ । ମାନେ ଅଭିନେତା ଅର୍ଜୁନ କପୁର ଓ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବେ ପ୍ୟାରିସ୍ରେ ନିଜ ଆଗାମୀ ଫିଲ୍ମ ନମସ୍ତେ ଇଂଲଣ୍ଡର ସୁଟିଂରେ ବ୍ୟସ୍ତ ।

ଫିଲ୍ମ ‘ନମସ୍ତେ ଇଂଲଣ୍ଡ’ର ସୁଟିଂ ସେଟ୍ରୁ ଦୁହିଁଙ୍କ ଏକ ଫଟୋ ଏବେ ଦେଖିବାକୁ ମିଳିଛି । ଏଫିଲ୍ ଟାୱାର୍ ଆଗରେ ନଜର ଆସିଛନ୍ତି ଅର୍ଜୁନ ଓ ପରଣୀତି । ଦୁହିଁଙ୍କ ଏହି ଫଟୋକୁ ପରିଣୀତି ନିଜ ସୋସିଆଲ୍ ମିଡିଆରେ କରିଛନ୍ତି ସେୟାର୍ । ଫଟୋରେ ପରିଣୀତି ସାଲୱାର୍ ସୁଟ୍ରେ ନଜର ଆସିଥିବାବେଳେ, ବେକରେ ତାଙ୍କର ମଙ୍ଗଳସୂତ୍ର ଦେଖିବାକୁ ମିଳିଛି । ସେହିପପରି ଅର୍ଜୁନ ବି ସାର୍ଟ, ପାଂଟ୍ ଓ ଜ୍ୟାକେଟରେ ନଜର ଆସିଛନ୍ତି । ଫଟୋରେ ଦୁହିଁଙ୍କ ଫେସରେ ଜବରଦସ୍ତ ସ୍ମାଇଲ୍ ବି ଦେଖିବାକୁ ମିଳୁଛି ।

Just! ?? #NamasteEngland @arjunkapoor

A post shared by Parineeti Chopra (@parineetichopra) on

ଫିଲ୍ମର ପ୍ରଥମଭାଗ ସୁଟିଂ ଅମୃତସରରେ ଶେଷ ହୋଇଛି । ଫିଲ୍ମର ସୁଟିଂ ସେଟରୁ ଅନେକ ଫଟୋ ଆଉ ଭିଡିଓ ପୂର୍ବରୁ ଦେଖିବାକୁ ମିଳିଛି । ବିପୁଲ୍ ଶାହଙ୍କ ରୋମାଂଟିକ୍ ସିନେମାରେ ଅର୍ଜୁନ କପୁର ଓ ପରିଣୀତି ଦ୍ୱିତୀୟ ଥର ପାଇଁ ଏକାଠି ନଜର ଆସିବେ ।

ପ୍ରଥମ ଥର ପାଇଁ ୨୦୧୨ ମସିହାର ଫିଲ୍ମ ଚଳଚ୍ଚିତ୍ର ଇଶକ୍ଜାଦେରେ ଏକାଠି ନଜର ଆସିଥିଲେ । ଫିଲ୍ମଟି ଉଭୟ ପରିଣୀତି ଓ ଅର୍ଜୁନଙ୍କ ଡେବ୍ୟୁ ସିନେମା ହୋଇଥିଲା । ଏହି ସିନେମାରେ ଉଭୟଙ୍କ ଭିତରେ ଜବରଦସ୍ତ ରୋମାନ୍ସ ଦେଖିବାକୁ ମିଳିଥିଲା । ଦୁହିଁଙ୍କ ଏହି ଡେବ୍ୟୁ ସିନେମାଟି ହିଟ୍ ହେବା ସହ ଦର୍ଶକ ଏହି ଯୋଡିକୁ କରିଥିଲେ ଢେର୍ ପସନ୍ଦ । ଏବେ ୬ ବର୍ଷ ପରେ ଏହି ଯୋଡିକୁ ‘ନମସ୍ତେ ଇଂଲଣ୍ଡରେ’ ପୁଣିଥରେ ଦେଖିବାକୁ ମିଳିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More