Only for Entertainment

ଜାହ୍ନବୀଙ୍କ ଡ୍ରେସ ଉପରେ ଖରାପ କମେଂଟ ଦେଖି ଭଡକିଲେ ଅର୍ଜୁନ !

zeenews
0 41

ବଲିଉଡ ଅଭିନେତ୍ରୀ ଶ୍ରୀଦେବୀଙ୍କ ମୃତ୍ୟୁ ପରେ ଅର୍ଜୁନ କପୁର ନିଜ ଭଉଣୀମାନଙ୍କର ଖୁବ ଯତ୍ନ ନେବା ଆରମ୍ଭ କରିଦେଇଛନ୍ତି । ଯେପରି ଜଣେ ବଡ ଭାଇ ନିଜ ଭଉଣୀର ଯତ୍ନ ନିଏ ସେହିଭଳି ଯତ୍ନ ନେଉଛନ୍ତି ଅର୍ଜୁନ । ସେ ଏକ ଟ୍ୱିଟ କରି ଖବରିଆ ୱେବସାଇଟର ଖୁବ କ୍ଲାସ ନେଇଛନ୍ତି ।

ଜାହ୍ନବୀ କପୁର ଅର୍ଜୁନ କପୁରଙ୍କୁ ଦେଖା କରିବା ଲାଗି ନିଜ ଭଉଣୀ ଖୁସିଙ୍କ ସହ ପିତା ବୋନି କପୁରଙ୍କ ସହ ତାଙ୍କ ଘରକୁ ଯାଇଥିଲେ । ଯାହାର ଫଟୋ ଆପଣ ଆପରୁ ଦେଖିଥିବେ । ଆପଣ ନିମ୍ନରେ ଏହି ଫଟୋ ଦେଖିପାରନ୍ତି ।

janbi

ଏକ ୱେବସାଇଟ ସେହି ଫଟୋ ଗୁଡିକୁ ଖରାପ ଇଙ୍ଗିତ କରିପ୍ରଦର୍ଶନ କରିଛନ୍ତି । ଏପରି ଖବର ଆସିବା ପରେ ଅର୍ଜୁନ କପୁର ରାଗିଯାଇଥିଲେ । ଏବଂ ନିଜ ଆକାଉଂଟରେ ଟ୍ୱିଟ କରି ସେହି ୱେବସାଇଟର ଖୁବ ଖବର ନେଇଛନ୍ତି ।

ଶ୍ରୀଦେବୀଙ୍କ ମୃତ୍ୟୁ ପରେ ଅର୍ଜୁନଙ୍କର ସାବତ ଭଉଣୀ ଜାହ୍ନବୀ ଏବଂ ଖୁସିଙ୍କ ସହ ଏକ ଭଲ ବନ୍ଧନ ଦେଖିବାକୁ ମିଳିଛି । ଅର୍ଜୁନ ଏହି ଦୁଇ ଭଉଣୀଙ୍କର ଯତ୍ନ ନେବା ଆରମ୍ଭ କରିଦେଲେଣି । ଏପରି ଟ୍ୱିଟରୁ ସେ ଜଣାଇ ଦେଇଛନ୍ତି ଯେ ତାଙ୍କ ପରିବାର ବର୍ଗଙ୍କୁ ନେଇ କେତେ ସିରିଅସ ଏବଂ କ’ଣ କରିପାରନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More