Only for Entertainment

ମା ମୋନା କପୂରଙ୍କୁ ମନେ ପକାଇ ଭାବୁକ ହେଲେ ଅର୍ଜୁନ କପୂର, ଫଟୋ ପୋଷ୍ଟ କରି ଲେଖିଲେ କିଛି ଏଭଳି…. !

32

ବଲିଉଡ୍‌ ଅଭିନେତା ଅର୍ଜୁନ କପୁର ନିଜ ମା’ ମୋନା କପୁରଙ୍କ ସପ୍ତମ ମୃତ୍ୟୁବାର୍ଷିକୀରେ ତାଙ୍କୁ ମନେ ପକାଇ ଭାବୁକ ଭରା ପୋଷ୍ଟ କରିଛନ୍ତି । ଇନ୍‌ଷ୍ଟାରେ ମା’ଙ୍କ ସହ ନିଜର ପୁରୁଣା ଫଟୋ ପୋଷ୍ଟ କରି, “ତୁମେ ମୋର ଖୁସିର କାରଣ ଥିଲ । ମୁଁ ଭାବୁଛି ତୁମେ ଯେଉଁଠି ଥିବ ମୁଁ ତୁମ ମୁହଁରେ ଖୁସି ଆଣି ପାରୁଥିବି । ଆମକୁ ଛାଡ଼ି ଯିବାର ୭ବର୍ଷ ବିତି ଗଲାଣି । ତୁମ ପୁଅ ତୁମକୁ କେବଳ ଗୋଟେ କଥା କହିବାକୁ ଚାହେଁ……..ଦୟାକରି ଫେରି ଆସ ନା ମା’ ” ବୋଲି ଲେଖିଥିଲେ ଅର୍ଜୁନ କପୁର ।

ମାର୍ଚ୍ଚ ୨୫, ୨୦୧୨ରେ ମୋନା କପୁର ନିଜ ପରିବାରକୁ ଛାଡ଼ି ଆର ପାରିକୁ ଚାଲି ଯାଇଥିଲେ । କର୍କଟ ରୋଗରେ ପୀଡ଼ିତ ଥିବାରୁ ଖୁବ୍‌ କମ ବୟସରେ ତାଙ୍କର ପରଲୋକ ହୋଇଥିଲା । ଅର୍ଜୁନଙ୍କ ପ୍ରଥମ ଫିଲ୍ମ ‘ଇଶକ୍‌ଜାଦେ’ ରିଲିଜ୍‌ ଅପେକ୍ଷାରେ ଥିବା ବେଳେ ତାଙ୍କ ମା’ଙ୍କ ମୃତ୍ୟୁ ହେବାରୁ ସେ ମାନସିକ ସ୍ତରରେ ଭାଙ୍ଗି ପଡ଼ିଥିଲେ । କିନ୍ତୁ ଧୀରେ ଧୀରେ ସେ ନିଜକୁ ସମ୍ଭାଳିବା ସହ ନିଜ କ୍ୟାରିୟରରେ ଆଗକୁ ବଢ଼ାଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More