Only for Entertainment

ଫିଲ୍ମ ପାନିପଥ ପାଇଁ ଅର୍ଜୁନ କଲେ ଘୋଡା ସବାରୀ, ଶେୟାର କଲେ ଫଟୋ !

39

ବଲିଉଡ ଅଭିନେତା ଅର୍ଜୁନ କପୂର ଫିଲ୍ମ ‘ପାନିପତ’ର ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ଫିଲ୍ମ ପାଇଁ ଅର୍ଜୁନ ଘୋଡା ଚଢିବା ମଧ୍ୟ ଶିଖୁଛନ୍ତି । ସେ ଇନଷ୍ଟାଗ୍ରାମରେ ମହାଲକ୍ଷ୍ମୀ ରେସ କୋସର ଫଟୋ ଶେୟାର କରିଛନ୍ତି , ଯେଉଁଥିରେ ସେ ଘୋଡା ଉପରେ ବସିଛନ୍ତି ।
ଫଟୋ ସହ ଅର୍ଜୁନ କ୍ୟାପଶନ ଲେଖିଛନ୍ତି- ନୂଆ ବର୍ଷ, ନୂଆ ଜିନିଷ ଶିଖିଲି । ୨୦୧୮ର ପୂରା ମାସ ପଶୁ. ପ୍ରକୃତି ଏବଂ ସୁର୍ଯ୍ୟୋଦୟ ମଧ୍ୟରେ ବିତିଛି । ସେ ଫିଲ୍ମ ପାନିପତ ପାଇଁ ଘୋଡା ସବାରୀ ଶିଖି ନିଜକୁ ସୌଭାଗ୍ୟଶାଳୀ ମନେ କରିଛନ୍ତି । ଫ୍ୟାନ୍ସମାନେ ତାଙ୍କର ଏହି ଫଟୋକୁ ଖୁବ ପସନ୍ଦ କରୁଛନ୍ତି ।

ଫିଲ୍ମ ବିଷୟରେ କହିବାକୁ ଗଲେ ଏହା ଏକ ପିରିୟଡ ଡ୍ରାମା ଫିଲ୍ମ ଅଟେ । ଏହାର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ଆଶୁତୋଷ ଗୋବରିକର । ଫିଲ୍ମରେ ଅର୍ଜୁନଙ୍କ ବ୍ୟତୀତ ସଂଜୟ ଦତ୍ତ ଏବଂ କୃତି ସାନନ ମୁଖ୍ୟ ଭୂମିକା ତୁଲାଇବେ । ଏହି ଫିଲ୍ମ ୬ଡିସେମ୍ବର , ୨୦୧୯ରେ ରିଲିଜ ହେବ । ଏହାବ୍ୟତୀତ ଅର୍ଜୁନ ‘ଇଣ୍ଡିଆଜ ମୋଷ୍ଟ ୱାଂଟେଡ, ସନ୍ଦୀପ ଏବଂ ପିଙ୍କି ଫରାର ଭଳି ଫିଲ୍ମରେ ମଧ୍ୟ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More