Only for Entertainment

ଅର୍ଜୁନ-ପରିଣୀତିଙ୍କ ଏହି ଗୀତରେ ଖର୍ଚ୍ଚ ହୋଇଛି ଏତେ କୋଟି ଟଙ୍କା, ଶୁଣିଲେ ହୋଇଯିବେ ଆଶ୍ଚର୍ଯ୍ୟ !

Koimoi
0 39

ଅର୍ଜୁନ କପୁର ଏବଂ ପରିଣୀତି ଚୋପ୍ରା ବର୍ତ୍ତମାନ ନିଜର ଆଗାମୀ ଫିଲ୍ମ ‘ନମସ୍ତେ ଇଂଲଣ୍ଡ’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ସଙ୍ଗୀତରେ ସଜାଇ ହୋଇଥିବା ଏହି ରୋମାଣ୍ଟିକ ଫିଲ୍ମର ଏକ ଗୀତକୁ ପ୍ରଡ୍ୟୁସର ବିପୁଲ ଶାହଙ୍କ ଜୀବନର ସବୁଠାରୁ ମହଙ୍ଗା ଗୀତ ବୋଲି କୁହାଯାଉଛି ।

ବିପୁଲ ଶାହଙ୍କ ଅନୁସାରେ ଫିଲ୍ମ ‘ନମସ୍ତ ଲଣ୍ଡନ’ର ଗୀତ ‘ତୁ ମେରୀ ମେଁ ତେରା’ର ସୁଟିଂରେ ୫.୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏହା ସହିତ ସେ କହିଛନ୍ତି ଏହି ଗୀତ ମୋ ଜୀବନର ସବୁଠାରୁ ମହଙ୍ଗା ଗୀତ । ଗୀତକୁ ୧୧ ଦିନରେ ସୁଟ କରାଯାଇଛି ।

namaste-england-parineeti-arjun

ବିପୁଲ ଏକ ଇଣ୍ଟରଭ୍ୟୁରେ କହିଛନ୍ତି ମୁଁ ସାଧାରଣତଃ ନମ୍ବର ବିଷୟରେ କୁହେନାହିଁ କିନ୍ତୁ ଏହା ସତ ଯେ ଏହା ହେଉଛି ମୋ ଜୀବନର ସବୁଠାରୁ ମହଙ୍ଗା ଗୀତ । ଗୀତରେ କୋରିଓଗ୍ରାଫରର ଆବଶ୍ୟକତା ନାହିଁ । ଏହା ଏକ ଟ୍ରାଭେଲ ସଙ୍ଗ । ଏହାକୁ ଜାବେଦ ସାହେବଙ୍କ ଠାରୁ ଆଉ କିଏ ଭଲ ନିର୍ଦ୍ଦେଶନା ଦେଇପାରିବ ।

ଏହା ସହିତ ବିପୁଲ ଶାହ କହିଛନ୍ତି ଏହି ଗୀତକୁ ୧୮-୨୦ଟି ଲୋକେସନରେ ସୁଟ କରାଯାଇଛି । ଗୀତରେ ପରିଣୀତି ଏବଂ ଅର୍ଜୁନଙ୍କ ପଂଜାବରୁ ଲଣ୍ଡନ ଯାତ୍ରାକୁ ଦର୍ଶାଯାଇଛି । ଏହା ସହିତ ଗୀତର କିଛି ଅଂଶ ସମୁଦ୍ର ମଝିରେ ମଧ୍ୟ ସୁଟ କରାଯାଇଛି ।

ବଲିଉଡର ଅନ୍ୟ ମହଙ୍ଗା ଗୀତ ବିଷୟରେ କହିବାକୁ ଗଲେ ପାର୍ଟି ଅଲ ନାଇଟ, ମଙ୍ଗଲ, ଠା ଠା କରକେ ଏବଂ ଡୋଲା ରେ ଡୋଲାରେ ଆଦି ସାମିଲ ରହିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More