Only for Entertainment

ଅର୍ଜୁନ କପୁରଙ୍କ ଆଗମୀ ଫିଲ୍ମ ‘ପାନିପତ’ର ସୁଟିଂ ଆରମ୍ଭ, ଫିଲ୍ମରେ ଦେଖିବାକୁ ମିଳିବ ଆକ୍ଟରଙ୍କ ନୂଆ ଲୁକ ।

Punjab Tribune
20

‘ମହେଞ୍ଜୋଦାରୋ’ ପରି ଐତିହାସିକ ଫିଲ୍ମ ନିର୍ମାଣ କରିଥିବା ନିର୍ଦ୍ଦେଶକ ଆଶୁତୋଷ ଗୋୱାରିକର ନିଜର ଆଗାମୀ ପ୍ରୋଜେକ୍ଟ ‘ପାନିପତ’ ସହିତ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଏହି ଫିଲ୍ମ ପାଇଁ ସେ ଅଭିନେତା ଅର୍ଜୁନ କପୁରଙ୍କ ସହିତ ହାତ ମିଳାଇଛନ୍ତି । ଏହି ଫିଲ୍ମ ମଧ୍ୟ ଏକ ହଷ୍ଟୋରିକ ଡ୍ରାମା ଫିଲ୍ମ ହେବ । ଫିଲ୍ମରେ ପାନିପତର ତୃତୀୟ ଯୁଦ୍ଧକୁ ସ୍ଥାନ ଦିଆଯାଇଛି । ଫିଲ୍ମର ପ୍ରଥମ ପୋଷ୍ଟରକୁ ମେକର୍ସ କିଛି ଦିନ ପୂର୍ବରୁ ଜାରି କରିଥିଲେ । ତେବେ ୩୦ ନଭେମ୍ବର ଶୁକ୍ରବାର ଫିଲ୍ମର ସୁଟିଂ ଆରମ୍ଭ ହୋଇଛି । ଅର୍ଜୁନ କପୁର ଖୋଦ ନିଜ ଟ୍ୱିଟର ପେଜରେ ଟ୍ୱିଟ କରି ଏହା ବିଷୟରେ ସୂଚନା ଦେଇଥିଲେ ।


ଅର୍ଜୁନ ସୋସିଆଲ ମିଡିଆରେ ଫିଲ୍ମ ପାନିପତର ଏକ ପୋଷ୍ଟର ସେୟାର କରି ଲେଖିଥିଲେ, ଆଶୁତୋଷ ଏବଂ ପୁରା ଟିମ ସହିତ ଏକ ଅଦଭୁତ ଯାତ୍ରାର ଆରମ୍ଭ ହେବାକୁ ଯାଉଛି । ଅର୍ଜୁନଙ୍କ ଏହି ଟ୍ୱିର ଜଣାପଡୁଛି ଯେ, ସେ ଫିଲ୍ମକୁ ନେଇ ଖୁବ ଏକ୍ସାଇଟେଡ ଅଛନ୍ତି ।

ପୂର୍ବରୁ ଆମେ ଆପଣଙ୍କୁ କହିଥିଲୁ ଯେ, ଆଶୁତୋଷ ଚାହୁଁ ନାହାଁନ୍ତୁ ଅର୍ଜୁନଙ୍କ ପାନିପତ ଲୁକର ଖୁଲାସା ଏବେ ହେଉ ବୋଲି ସେଥିପାଇଁ ଅର୍ଜୁନଙ୍କୁ ଏବେ ମାକ୍ସରେ ଦେଖିବାକୁ ମିଳୁଛି । ଯେଉଁଠିକୁ ବି ଅର୍ଜୁନ ଯାଉଛନ୍ତି ମୁହଁକୁ ଲୁଚାଇ ଯାଉଛନ୍ତି । ଅର୍ଜୁନଙ୍କ ବ୍ୟତିତ ଫିଲ୍ମରେ ସଞ୍ଜୟ ଦତ୍ତ ଏବଂ କୃତି ସାନନ ନଜର ଆସିବେ । ଫିଲ୍ମ ୬ ଡିସେମ୍ବର ୨୦୧୯ରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More