Only for Entertainment

‘ଅର୍ଜୁନ ପଟିଆଲା’ର ପାଷ୍ଟ ଲୁକ ରିଲିଜ, ଏହି ଅନ୍ଦାଜରେ ନଜର ଆସିଲେ ଷ୍ଟାରକାଷ୍ଟ

The Indian Express
0 74

କୃତି ସେନନ, ଦିଲଜୀତ ଦୋସାଂଝା ଏବଂ ବରୁଣ ଶର୍ମାଙ୍କ ଅଭିନୀତ ଫିଲ୍ମ ‘ଅର୍ଜୁନ ପଟିଆଲା’ର ଫାଷ୍ଟ ଲୁକ ରିଲିଜ କରାଯାଇଛି । ଫିଲ୍ମର ପୋଷ୍ଟରେ ଦିଲଜୀତ ଏବଂ ବରୁଣଙ୍କୁ ପୁଲିସ ଡ୍ରେସରେ ଦେଖିବାକୁ ମିଳିଥିବା ବେଳେ କୃତି ହାତରେ ବନ୍ଧୁକ ଧରି ଆଖି ମାରୁଥିବା ନଜର ଆସିଛନ୍ତି ।


ବରୁଣ ଟୁଇଟ କରି ଫିଲ୍ମର ଏହି ଫାଷ୍ଟ ଲୁକକୁ ସେୟାର କରିଥିଲେ । ଫଟୋ ସେୟାର କରି ସେ ଲେଖିଥିଲେ ଅର୍ଜୁନ ପଟିଆଲ. ଓନିଦା ସିଂ ଏବଂ ଋତୁ ଖଣ୍ଡେଲୱାଲା । ବହୁତ ସସ୍ତି ପାଇଁ ଖୁବ ଶୀଘ୍ର ଆସୁଛି ।

arjun-patiala

ଉଲ୍ଲେଖଯୋଗ୍ୟ ଯେ କୃତି ଶେଷ ଥର ପାଇଁ ‘ବରେଲି କି ବରଫି’ରେ ନଜର ଆସିଥିଲେ । ‘ଅର୍ଜୁନ ପଟିଆଲା’ ବ୍ୟତିତ ସେ ‘ପାନୀପଥ’ ଏବଂ ‘ହାଉସ ଫୁଲ ୪’ରେ ମଧ୍ୟ ନଜର ଆସିବେ । ସେହିପରି ଦିଲଜୀତ ହକି ଖଳାଳୀ ସଂଦୀପ ସିଂଙ୍କ ବାୟୋପିକରେ ନଜର ଆସିବେ । ‘ଅର୍ଜୁନ ପଟିଆଲା’ ୧୩ ସେପ୍ଟେମ୍ବରରେ ରିଲିଜ ହେବ । ଏହି ଫିଲ୍ମକୁ ଦିନେଶ ବିଜୟ ନିର୍ଦ୍ଦେଶନା ଦେବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More