Only for Entertainment

ସାମ୍ନାକୁ ଆସିଲା କବୀର ସିଂ ଫିଲ୍ମର ନୂଆ ପୋଷ୍ଟର, ୨ଦିନ ପରେ ସାମ୍ନାକୁ ଆସିବ ଟିଜର !

26

ଶାହିଦ କପୂର ଏବଂ କିଆରା ଆଡଭାଣୀ ଷ୍ଟାର ଫିଲ୍ମ ‘କବୀର ସିଂ’ ଖୁବ ଶୀଘ୍ର ସମସ୍ତ ସିନେମାଘରେ ରିଲିଜ ହେବା ପାଇଁ ଯାଉଛି । ସାଉଥ ବ୍ଲକବାଷ୍ଟର ଫିଲ୍ମ ‘ଅର୍ଜୁନ ରେଡ୍ଡୀ’ର ହିନ୍ଦୀ ରିମେକ ହେଉଛି ଏହି ଫିଲ୍ମ । ଫିଲ୍ମରେ ଶାହିଦ କପୁର ବିଜୟ ଦେବରକୋଣ୍ଡା ଭୂମିକାରେ ନଜର ଆସିବେ । ଶାହିଦଙ୍କ ବିପକ୍ଷରେ ନଜର ଆସିବେ କିଆରା ଆଡଭାଣୀ । ଫିଲ୍ମର ଅଧିକାଂଶ ସୁଟିଂ ଉତ୍ତରାଖଣ୍ଡ ଅରଣ୍ୟ ଏବଂ ଦିଲ୍ଲୀ-ମୁମ୍ବାଇରେ ସୁଟ କରାଯାଇଛି । ଏହି ଫିଲ୍ମ ପାଇଁ ଲୋକଙ୍କ ମନରେ ଉତ୍ସାହ ଭରି ରହିଥିବା ଦେଖିବାକୁ ମିଳିଛି ।

ଦକ୍ଷିଣ ଭାରତରେ ୨୦୧୭ରେ ରିଲିଜ ହୋଇଥିବା ଏହି ଫିଲ୍ମ ସୁପରଡୁପର ହିଟ ହୋଇଥିଲା । ଏହି ଫିଲ୍ମକୁ ନିର୍ଦ୍ଦେଶକ ସନ୍ଦୀପ ରେଡ୍ଡି ବାଙ୍ଗା ନିର୍ଦ୍ଦେଶନା କରିଛନ୍ତି । ଖାସ କଥା ହେଉଛି ଏହି ଫିଲ୍ମକୁ ମଧ୍ୟ ସନ୍ଦୀପ ରେଡ୍ଡି ନିର୍ଦ୍ଦେଶନା କରୁଛନ୍ତି ।

ଏଠାରେ ଆମେ କହି ରଖୁଛୁ ଯେ ଏହି ଫିଲ୍ମର ଟିଜର ନିର୍ମାତା ଖୁବ ଶୀଘ୍ର ରିଲିଜ କରିବାକୁ ଯାଉଛନ୍ତି । ମେକର୍ସ ଫିଲ୍ମର ନୂଆ ପୋଷ୍ଟର ଜାରି କରି ଟିଜର ରିଲିଜ ତାରିଖ ଘୋଷଣା କରିଛନ୍ତି । ଏହି ଫିଲ୍ମ ୨୧ଜୁନ ୨୦୧୯ରେ ସିନେମାଘରେ ରିଲିଜ ହେବ ଏବଂ ସେହିଭଳି ଟିଜର ଚଳିତ ମାସ ସୋମବାର୮ ତାରିଖରେ ରିଲିଜ କରାଯିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More