Only for Entertainment

ଆଇପିସି ଧାରା ଲାଗିବା ପରେ ଅରମାନ ଗର୍ଲଫ୍ରେଣ୍ଡ ମାଗିଲେ କ୍ଷମା, ବିବାହ କରିବା ପାଇଁ ଦେଲେ ପ୍ରତିଶୃତି !

Panjab keshri
0 61

ବଲିଉଡ ଅଭିନେତା ଅରମାନ କୋହଲିଙ୍କ ଉପରେ ଆଇପିସି ଧାରା ଲାଗିବା କାରଣରୁ କିଛି ଦିନ ହେବ ବିବାଦ ଘେରରେ ଘାଂଟି ହେଉଛନ୍ତି । ଅରମାନଙ୍କ ବିପକ୍ଷରେ ତାଙ୍କ ଗର୍ଲଫ୍ରେଣ୍ଡ ନୀରୁ ରନ୍ଧାୱା ମାରପିଟ ଏବଂ ଗାଳିଗୁଲଜର ଆରୋପ ଲଗାଇଛନ୍ତି । ଖବର ମୁତାବିକ ନୀରୁ ମଙ୍ଗଳବାର କୋକିଲାବେନ ହସ୍ପିଟାଲରୁ ଡିସ୍ଚାର୍ଯ ହୋଇଛନ୍ତି ।

ତାଙ୍କ ସହ ମାରପିଟ ହୋଇଥିବା ଦାଗର ସର୍ଜରୀ କରାଯାଇଛି । ଅରମାନ ତାଙ୍କୁ ଖରାପ ଭାବେ ପିଟିଲା ପରେ ଏବେ ନୀରୁ ଖୁଲାସା କରିଛନ୍ତି ଯେ ଅରମାନ ତାଙ୍କୁ କ୍ଷମା ମାଗିଛନ୍ତି ଏବଂ ତାଙ୍କୁ ଆଉ ଏକ ସୁଯୋଗ ଦେବା ପାଇଁ କହିଛନ୍ତି । ସେ ବଦଲାଇବା ଦେବାର ପ୍ରତିଶୃତି ମଧ୍ୟ ଦେଇଛନ୍ତି ।

ନୀରୁ କହିଛନ୍ତି ଯେ ପୂର୍ବ ବର୍ଷ ସେପ୍ଟେମ୍ବରରେ ବ୍ରେକଅପ କରିବା ପାଇଁ ଚାହିଁଥିଲେ । ତାଙ୍କର କହିବା ମୁତାବକ ଏହା ପ୍ରଥମ ଥର ନୁହେଁ, ସେ ଆଗରୁ ମଧ୍ୟ ଅନେକ ଥର କରିଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ ଚଳିତ ବର୍ଷ ଫେବୃୟାରୀ ରେ ତାଙ୍କର ଉତ୍ପୀଡନ କରି ତାଙ୍କ ନାକ ଫଟାଇ ଦେଇଥିଲେ ଅରମାନ । ଏହି ସମ୍ପର୍କ ତାଙ୍କର ବହୁତ ବଡ ଭୂଲ ଏବଂ ଏହି ସମ୍ପର୍କ ପାଇଁ ସେ ଅରମାନଙ୍କୁ ଅନେକ ଥର ସୁଯୋଗ ଦେଇଥିବା ନୀରୁ କହିଛନ୍ତି ।

ସେ ଏହା ମଧ୍ୟ କହିଛନ୍ତି ଆଗ ଭଳି ପୁଣି ଅରମାନ ତାଙ୍କୁ ଫେରି ଆସିବାକୁ କହୁଛନ୍ତି ଏବଂ ଚଳିତ ସପ୍ତାହରେ ତାଙ୍କୁ ବିବାହ କରିବେ ବୋଲି ମଧ୍ୟ ପ୍ରତିଶୃତି ଦେଉଛନ୍ତି । କିନ୍ତୁ ଏବେ ନୀରୁ ଏହି ସମ୍ପର୍କକୁ ମୂଳ ପୋଛ କରିବାକୁ ଚାହୁଛନ୍ତି ।
ବିଶେଷ ସୂତ୍ରରୁ ପ୍ରକାଶ ଯେ ସାନ୍ତାକୃଜ ପୁଲିସ ଥାନାର ଇନସପେକ୍ଟର ‘ଶାନ୍ତନୁ ପବାର’ କହିଛନ୍ତି ରବିବାର ସଂନ୍ଧ୍ୟାରେ ଅରମାନ ତାଙ୍କ ପାର୍ଟନରଙ୍କୁ ଘରକୁ ଡାକିଥିଲେ, ଯେଉଁଠାରେ ଦୁହିଁଙ୍କ ମଧ୍ୟରେ ଯୁକ୍ତି ତର୍କ ହୋଇଥିଲା ।

ଏହି ଝଗଡା ଟଙ୍କାକୁ ନେଇ ହୋଇଥିଲା ଏବଂ ଏହି ଝଗଡା ଏତେମାତ୍ରାରେ ବଢିଥିଲା ଯେ ଅରମାନ ନୀରୁ ମାଡ ମାରିଥିଲେ । କେବଳ ସେତିକି ନୁହେଁ ଅରମାନ ତାଙ୍କ ମୁଣ୍ଡରେ କୌଣସି ଏକ ଓଜନିଆ ବସ୍ତୁରେ ପ୍ରହାର କରିଥିଲେ । ଏହାପରେ ନୀରୁ ସାନ୍ତାକୃଜ ଥାନାରେ ପହଂଚିଥିଲେ । ମାରପିଟ କରିଥିବା କାରଣରୁ ପୁଲିସ ଅ୍ରରମାନଙ୍କ ଉପରେ ଧାରା ୩୨୩, ୩୨୬, ୫୦୪, ୫୦୬ ମାମଲା ଚାର୍ଜ କରିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More