Only for Entertainment

ରିଲିଜ୍ ହେଲା ଅରମାନ୍ ମ୍ୟୁଜିକର ରୋମାଂଟିକ୍ ଗୀତ ‘ଆଖିରେ ଆଖି’ ।

31

ଲୋକପ୍ରିୟ ବଲିଉଡ୍ କଣ୍ଠଶିଳ୍ପୀ ଉଦିତ୍ ନାରାୟଣଙ୍କ ସ୍ୱରରେ ଶୁଣିବାକୁ ମିଳିଲା ମନଛୁଆଁ ରୋମାଂଟିକ୍ ଗୀତ ‘ଆଖିରେ ଆଖି’ । ଗୀତରେ ଉଦିତ୍ ନାରାୟଣଙ୍କ ସହ ତାଳରେ ତାଳ ମିଶାଇ ଗାଇଛନ୍ତି ଅନନ୍ୟା ଶ୍ରୀତମ ନନ୍ଦ । ଅରମାନ୍ ମ୍ୟୁଜିକ୍ ଦ୍ୱାରା ପ୍ରସ୍ତୁତ ହୋଇଥିବା ଏହି ଗୀତଟି ନିକଟରେ ମୁକ୍ତିଲାଭ କରିଛି । କେମିତି ରହିଛି ଏହି ଗୀତଟି ଚାଲନ୍ତୁ ଶୁଣିବା ।

ରିଲିଜ୍ ହେଲା ଅରମାନ୍ ମ୍ୟୁଜିକର ରୋମାଂଟିକ୍ ଗୀତ ‘ଆଖିରେ ଆଖି’ । ଏହି ଗୀତର ଷ୍ଟୁଡିଓ ଭର୍ସନ ମୁକ୍ତିଲାଭ କରିଛି । ରିଲିଜ୍ ହୋଇଥିବା ଏହି ରୋମାଂଟିକ୍ ଗୀତରେ ଶୁଣିବାକୁ ମିଳିଛି ଉଦିତ୍ ନାରାୟଣଙ୍କ ଜବରଦସ୍ତ ଗାୟିକି । ଗୀତରେ ଉଦିତ୍ ନାରାୟଣଙ୍କ ସହ ତାଳରେ ତାଳ ମିଶାଇଛନ୍ତି କଣ୍ଠଶିଳ୍ପୀ ଅନନ୍ୟା ଶ୍ରୀତମ୍ ନନ୍ଦ । ଦୁହିଁଙ୍କ ଗାୟିକିର ଜବରଦସ୍ତ କମ୍ବିନେସନ୍ ଏହି ଗୀତକୁ କରିଛି ମନଛୁଆଁ । ଏହି ରୋମାଂଟିକ୍ ଗୀତରେ ସଙ୍ଗୀତର ଭାର ତୁଲାଇଛନ୍ତି ଜାପାନି । ଆଉ ଗୀତରେ ମ୍ୟୁଜିକ୍ ଆରେଂଜ୍ କରିଛନ୍ତି ଜଗା ଜିଡି । ଗୀତିକାର ସୁବ୍ରତ ସ୍ୱାଇଁ ଏହି ଗୀତରେ ଲିରିକ୍ସର ଭାର ତୁଲାଇଛନ୍ତି । ଅରମାନ୍ ମ୍ୟୁଜିକର ଅଫିସିଆଲ୍ ୟୁଟୁବ୍ ଚ୍ୟାନେଲରେ ରିଲିଜ୍ ହୋଇଥିବା ଏହି ଗୀତଟିକୁ ସ୍ରୋତା ପସନ୍ଦ କରୁଥିବା ଦେଖିବାକୁ ମିଳୁଛି । ରିଲିଜ୍ ହେବାର ମାତ୍ର ୧୨ ଘଂଟା ଭିତରେ ଏହି ଗୀତକୁ ୮୦ ହଜାର୍ରୁ ଉଦ୍ଧ୍ୱର୍ ଦର୍ଶକ ଦେଖି ସାରିଲେଣି । ଖୁବଶୀଘ୍ର ଏହି ଗୀତକୁ ନେଇ ଏକ ରୋମାଂଟିକ୍ ଭିଡିଓ ଭେଟିଦେବାକୁ ଯୋଜନା ରଖିଛନ୍ତି ପ୍ରଯୋଜନା ସଂସ୍ଥା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More