Only for Entertainment

ପ୍ରଥମ ଥର ଭାଣିଜୀକୁ କୋଳକୁ ନେଲେ ସଲମାନ, ଇମୋଶନାଲ ପୋଷ୍ଟ ଲେଖିଲେ ଅର୍ପିତା

31

ସଲମାନ ଖାନଙ୍କ ଭଉଣୀ ଅର୍ପିତା ୨୭ ଡିସେମ୍ବରକୁ ତାଙ୍କ ଜନ୍ମଦିନରେ ଝିଅ ଆୟତଙ୍କୁ ଜନ୍ମ ଦେଇଛନ୍ତି । ଏବେ ଏତେ ଦିନ ପରେ ସଲମାନ ଖାନ୍ ତାଙ୍କ ଭାଣିଜୀକୁ ସାକ୍ଷାତ କରିଛନ୍ତି । ଅର୍ପିତା ଦୁଇଜଣଙ୍କ ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି, ଯାହାକୁ ଫ୍ୟାନ୍ସ ଖୁବ ପସନ୍ଦ କରୁଛନ୍ତି । ଫଟୋରେ ପ୍ରଶଂସକ ଖୁବ କମେଂଟ ମଧ୍ୟ ଦେଇଛନ୍ତି ।

 

ଫଟୋରେ ସଲମାନ ଭାଣିଜୀକୁ କୋଳରେ ଧରି ଥିବାର ନଜର ଆସିଛନ୍ତି । ଏହା ସହିତ ସଲମାନଙ୍କ ମା’ ମଧ୍ୟ ନଜର ଆସିଛନ୍ତି । ଅର୍ପିତା ଫଟୋ ଶେୟାର କରିବା ସହିତ ଏକ ସୁନ୍ଦର କ୍ୟାପ୍ସନ ଲେଖିଛନ୍ତି । ସେ ଲେଖିଛନ୍ତିଯେ, ‘ଦୁନିଆରେ ଏଭଳି କୌଣସି ଜିନିଷ ନାହିଁ, ଯାହାକୁ ମୋତେ ଡର ଲାଗେ, ଏହା ପଛର ଗୋଟିଏ କାରଣ, ମୁଁ ଜାଣିଛି ଆପଣ ମୋ ସହିତ ସେଭଳି କିଛି ହେବାକୁ ଦେବେ ନାହିଁ । ଏବେ ଆୟତକୁ ମଧ୍ୟ ଏହିଭଳି ସୁରକ୍ଷିତ ହାତ ମିଳିଯାଇଛି । ଏହି ହାତକୁ ଭଗବାନ ପଠାଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More