Only for Entertainment

କେବେ ବସ ମଧ୍ୟରେ ଲିପଷ୍ଟିକ ଏବଂ ନେଲପଲିସ ବିକ୍ରି କରୁଥିଲେ ମୁନ୍ନାଭାଇର ସର୍କିଟ ।

aajtak
29

ବଲିଉଡ ଅଭିନେତା ଅରଶଦ ବାର୍ସୀ ଆଜି ତାଙ୍କର ଜନ୍ମଦିନ ପାଳନ କରୁଛନ୍ତି । ଅରଶଦ ସେହି ଆକ୍ଟରଙ୍କ ମଧ୍ୟରେ ପରିଚିତ ଯିଏ ବିନା ବ୍ୟାକଗ୍ରାଉଣ୍ଡରେ ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି । କିନ୍ତୁ ଅରଶଦଙ୍କ ପିଲାଦିନ ଗରିବ ପରିବାରରେ ବିତିଥିଲା । ସେ ତାଙ୍କ ଜୀବନରେ ଖୁବ ଷ୍ଟ୍ରଗଲ କରିଛନ୍ତି । ଦିନେ ଏଭଳି ସମୟ ଥିଲା ଯେତେବେଳେ ଅରଶଦ ବାର୍ସୀ ବସ ମଧ୍ୟରେ ନେଲପଲିସ ଏବଂ ଲିପଷ୍ଟିକ ବିକ୍ରି କରୁଥିଲେ ।

ଅରଶଦ ମୁମ୍ବାଇର ଏକ ମୁସଲିମ ପରିବାରରେ ଜନ୍ମ ହୋଇଥିଲେ । ୧୪ବର୍ଷ ବୟସରେ ସେ ଅନାଥ ହୋଇ ଯାଇଥିଲେ । ଦଶମ ପରେ ସେ ପଢା ଛାଡ଼ିଦେଲେ ଏବଂ ଘରେ ଘରେ ଜିନିଷ ବିକ୍ରି କରିବାକୁ ଲାଗିଲେ । ଖୁବ କମ ଲୋକ ଜାଣିଥିବେଯେ ଅରଶଦ ଜଣେ ଭଲ ଡ୍ୟାନ୍ସର ଏବଂ କୋରିଓଗ୍ରାଫର । କିନ୍ତୁ ତାଙ୍କ ଡ୍ୟାନ୍ସର ଜଲୱା ଫିଲ୍ମରେ କମ ଦେଖିବାକୁ ମିଳେ ।

ଏକ ଇଂଟରଭ୍ୟୁରେ ଅରଶଦ କହିଥିଲେଯେ ଛୋଟବେଳେ ସେ ନିଜକୁ ଚିଠି ଲେଖୁଥିଲେ ଏବଂ ସାଙ୍ଗ ମାନଙ୍କୁ ତାହା ପୋଷ୍ଟ କରିବାକୁ କହୁଥିଲେ । ୧୯୯୬ରେ ସେ ‘ତେରେ ମେରେ ସପ୍ନେ’ ଫିଲ୍ମରେ ବଲିଉଡରେ ଏଂଟ୍ରି କରିଥିଲେ । ତେବେ ଏହାର କ୍ରେଡିଟ ସେ ଜୟା ବଚ୍ଚନଙ୍କୁ ଦିଅନ୍ତି । କିନ୍ତୁ ଫିଲ୍ମ ମୁନ୍ନାଭାଇ ଏମବିବିଏସରୁ ତାଙ୍କୁ ଖାସ ପରିଚୟ ମିଳିଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More